ନର୍ଲା: ୬ନଂ ରାଜ୍ୟ ରାଜପଥର କିଡିଙ୍ଗ ଗାଁ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲୁଥିବା ଅଜଣା ଶବକୁ ଠାବ କରାଯାଇଛି। ଶବଟିର ଅର୍ଦ୍ଧାଧିକ ଅଂଶ ଗଳିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ଜଙ୍ଗଲରେ ନିଆଁ ଲାଗି ଥିବାରୁ ଶବଟିର ଅର୍ଦ୍ଧାଅଧି ଅଂଶ ପୋଡି ଯାଇଥିବା ଅନୁମାନ କରାଯାଉଛି। ନିଳ ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଏହି ଶବଟି ପୁରୁଷ କିମ୍ବା ମହିଳାର ତାହା ସ୍ପଷ୍ଟ ଜଣା ପଡୁନାହିଁ। ଖବର ପାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିହାର ରଞ୍ଜନ ସାହୁ ଏବଂ ସିକେରକୁପା ଫାଣ୍ଡି ଏସଆଇ ସୁବାସ ଗୁରୁ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।
Popular Categories



