www.samajalive.in
Thursday, December 11, 2025
16.1 C
Bhubaneswar

ମହିଳା ସଶକ୍ତୀକରଣର ଅନନ୍ୟ ଉଦାହରଣ; ଶିକ୍ଷିତ ଝିଅ ହେଲେ ଗାଁ ମୁଖିଆ, ପଛକୁ ହଟିଲେ ଦାବିଦାର

ମହିଳା ସଶକ୍ତୀକରଣ ନେଇ ସରକାର ଯେଉଁ ଯୋଜନା କରୁଛନ୍ତି ତାହା ବାସ୍ତବରେ ଫଳପ୍ରଦ ହେଉନାହିଁ। ଏହା ପଛର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ। କିନ୍ତୁ ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ମହିଳା ସଶକ୍ତୀକରଣ ଦିଗରେ ଗ୍ରାମବାସୀଙ୍କ ପଦକ୍ଷେପ ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଏଠାରେ ଗ୍ରାମବାସୀ ଗାଁର ସବୁଠୁ ଶିକ୍ଷିତ ଝିଅଙ୍କୁ ଗାଁ ମୁଖିଆ ଭାବେ ଚୟନ କରିଛନ୍ତି, ଯେଉଁଥିପାଇଁ ଅନ୍ୟ ଦାବିଦାରମାନଙ୍କୁ ପଛକୁ ହଟିବାକୁ ପଡ଼ିଛି।

ଆଗ୍ରା ଜିଲା ଜୈତପୁର ବ୍ଲକରେ ଏକ ବଡ଼ ଗାଁ ରହିଛି। ଗାଁର ନାଁ ହେଉଛି ବଡ଼ା। ଏଠାରେ ଗାଁ ମୁଖିଆ ଚୟନ ପାଇଁ ନିର୍ବାଚନ ହୋଇଥାଏ। ଏଥର ନିର୍ବାଚନ ଲଢ଼ିବା ପାଇଁ ୫ ଦାବିଦାର ଥିଲେ। କିନ୍ତୁ ଗାଁର ସାମାଜିକ ପଞ୍ଚାୟତର ମତ ଭିନ୍ନ ଥିଲା। ସେମାନେ ଗାଁର ସବୁଠୁ ଶିକ୍ଷିତ ଝିଅକୁ ମୁଖିଆ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗତ ରବିବାର ଦିନ ଗାଁରେ ପଞ୍ଚାୟତ ବସିଲା। ଏଥିରେ ସବୁ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ। ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ବସିବା ପରେ ଗାଁର ଜଣେ କୃଷକ କିଲେଦାର ସିଂହଙ୍କ ଝିଅ ସରଲା ସିଂହ ଗୁର୍ଜରଙ୍କୁ ଗାଁ ମୁଖିଆ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ପଞ୍ଚାୟତର ଏହି ନିଷ୍ପତ୍ତିକୁ ଅନ୍ୟ ଦାବିଦାରମାନେ ସ୍ବାଗତ କରିବାକୁ ବାଧ୍ୟ ହୋଇଥିଲେ ଏବଂ ନିର୍ବାଚନରୁ ଓହରିଯାଇଥିଲେ।

- Advertisement -

ସରଲା ଗାଁର ସବୁଠୁ ଶିକ୍ଷିତ ଝିଅ। ସେ ସାମ୍ବାଦିକତାରେ ପିଜି କରିବା ପରେ ପ୍ରଶାସନିକ ସେବା ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି। ପଞ୍ଚାୟତର ଏହି ନିଷ୍ପତ୍ତି ପରେ ସରଲା କହିଛନ୍ତି, ମହିଳାମାନେ ଖୋଲାରେ ଶୌଚ କରି ଲଜ୍ଜିତ ହେଉଛନ୍ତି। ବୃଦ୍ଧାବୃଦ୍ଧ ଏବଂ ବିଧବାମାନଙ୍କୁ ଭତ୍ତା ମିଳୁନାହିଁ। ସରକାରୀ ଯୋଜନା ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ। ସେ ସମସ୍ତ ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରାପ୍ତ କରିବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି।

ଏହି ଗାଁର ନିଷ୍ପତ୍ତିକୁ ଏବେ ପୂରା ରାଜ୍ୟରେ ପ୍ରଶଂସା କରାଯାଉଛି। ଦେଶବ୍ୟାପୀ ମହିଳାମାନଙ୍କୁ ଏପରି ପ୍ରାଧାନ୍ୟ ଦିଆଗଲେ ମହିଳା ସଶକ୍ତୀକରଣ ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories