www.samajalive.in
Thursday, December 11, 2025
13.1 C
Bhubaneswar

ବନାଗ୍ନୀକୁ ନେଇ ବନବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ; ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ, ପୁଅ ଗିରଫ

ହରଭଙ୍ଗା : ବନାଗ୍ନୀକୁ ରୋକିବା ଦିଗରେ ବୌଦ୍ଧ ବନବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ରବିବାର ହରଭଙ୍ଗା ବ୍ଲକ ମାଧପୁର ବନବିଭାଗ ପକ୍ଷରୁ ବାପ, ପୁଅ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଧପୁର କୋଲନୀସାହିର ,ଆସନ ମାଝୀ(୬୪) ଏବଂ ତାଙ୍କ ପୁଅ ଶ୍ୟାମଘନ ମାଝୀ(୩୫) ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ମାଧପୁର ଫରେଷ୍ଟ ବିଟର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ କମ୍ପାଟଂମେଟଂ -୧୨ରେ ରେଞ୍ଜର ଅଧିକାରୀ ସରୋଜ ମିଶ୍ର,ଫରେଷ୍ଟର ସ୍ୱାଧିନ ସାମଲ,ବନରକ୍ଷୀ ସତିଶରଂଜନ କମ୍ପ ,ଶୁବଳ ପ୍ରଧାନ ଏବଂ ସ୍କ୍ୱାର୍ଡ ଟିମ ସହ ପେଟ୍ରୋଲିଂ ପାଇଁ ଯାଇଥିଲେ। ପାଟ୍ରୋଲିଂ ସମୟରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ନିଆଁ ଲିଭାଇବା ପାଇଁ ଟିମ ଘଟଣାସ୍ଥଳକୁ ପଂହଚିବା ଉଦ୍ୟମ କରୁଥିବାବେଳେ ଜଙ୍ଗଲ ମଧ୍ୟରେ ଦୁଇ ସନ୍ଦିଗ୍ଧ ଆସନ ମାଝି ଏବଂ ତାଙ୍କ ପୁଅ ଶ୍ୟାାମଘନ ମାଝୀଙ୍କୁ ଦେଖି ସନ୍ଦେହରେ ପଚରାଉଚରା କରିଥିଲେ। ଏମାନଙ୍କ ପାଖରୁ ଗୋଟିଏ ଦିଆସିଲ ପୁଡିଆ ସହିତ ଦୁଇଟି ଟାଙ୍ଗିଆ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ମାଧପୁର ରେଞ୍ଜର ଅଫିସର ସରୋଜ ମିଶ୍ର ସୂଚନା ଦେଇଛନ୍ତି। ସୂଚନା ଥାଉ କି ଶନିବାର ପୁରୁଣାକଟକ ରେଞ୍ଜ ପକ୍ଷରୁ ଧୁଙ୍ଗିଆମୁଣ୍ଡା ଏବଂ ବଡଗୁଣ୍ଡୁରି ସାହିର ୪ଜଣଙ୍କୁ ନିଆଁ ଲଗାଇବା ଘଟଣାରେ ବନବିଭାଗ ଗିରଫ କରିଥିଲା।ଏହା ପୂର୍ବରୁ ପଦ୍ମତୋଳା ଅଭୟାରଣ୍ୟରେ ନିଆଁଲଗାଇବା ଅଭିଯୋଗରେ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ଘୁମୁରିପଡାର ୨ଜଣଙ୍କୁ ଗିରଫ କରିଥିଲା। ବନାଗ୍ନୀକୁ ନେଇ ବନ ବିଭାଗର ଏଭଳି ଦୃଢକାର୍ଯ୍ୟାନୁଷ୍ଠାନ ନିଆଁଲଗାଉଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories