www.samajalive.in
Saturday, December 6, 2025
26.1 C
Bhubaneswar

ବିପୁଳ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଚିକିଟି: ଚିକିଟି ଅଞ୍ଚଳରେ ଦୀର୍ଘଦିନ ଧରି ନକଲି ବିଦେଶୀ ମଦ କାରବାର ହେଉଥିବା ଅଭିଯୋଗ ପରେ ଆଜି ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏକ ଚଢ଼ାଉ କରି ନକଲି ବିଦେଶୀ ପ୍ରସ୍ତୁତିକେନ୍ଦ୍ର ଠାବ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଦୀର୍ଘଦିନ ପରେ ଆଜି ଅବକାରୀ ବିଭାଗର ନିଦ଼ ଭାଙ୍ଗିଥିବା ଚର୍ଚ୍ଚା ହେଉଛି। ବ୍ରହ୍ମପୁର ଅବକାରୀ ଜିଲା ଅନ୍ତର୍ଗତ ଚିକିଟି ଅବକାରୀ ସେକ୍ସନ ଅନ୍ତର୍ଗତ ବରଡ଼ା ଗ୍ରାମରେ ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରରେ ଅବକାରୀ ବିଭାଗ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୭୧.୪୬୦ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହାସହ ନକଲି ବିଦେଶୀ ମଦ ପ୍ରସ୍ତୁତକାରୀ ଏନ. ତୁଳସାୟାକୁ ମଧ୍ୟ ଗିରଫ କରାଯାଇଛି। ଏନେଇ ଚିକିଟି ଅବକାରୀ କାର୍ଯ୍ୟାଳୟରେ ପିଆର କେଶ ନମ୍ବର ୮୦/୨୦-୨୧ ପ୍ରକାରେ ମାମଲା ରୁଜୁହୋଇ ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି।

ଏହି ଚଢ଼ାଉରେ ବ୍ରହ୍ମପୁର ସ୍ୱତନ୍ତ୍ର ଟିମ ସହ ଚିକିଟି ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡା, ଚିକିଟି ସବଇନ୍ସପେକ୍ଟର ତପସ୍ୱିନୀ ବରାଳ, ଗୋଳନ୍ଥରା ଅବକାରୀ ସବଇନ୍ସପେକ୍ଟର ସୁବାସ ମହାକୁଡ଼, ବ୍ରହ୍ମପୁର ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ନକଲି କାରଖାନା ଠାବ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories