www.samajalive.in
Tuesday, December 9, 2025
16.1 C
Bhubaneswar

ଛତିଶଗଡ଼ରେ ମିଶିବାକୁ ଆଦିବାସୀଙ୍କ ସଜବାଜ : ଅଭୟାରଣ୍ୟରେ କଲେ ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଛତିଶଗଡ଼ ସୀମାନ୍ତରେ ରହିଛି। ଏହି ଅଭୟାରଣ୍ୟରେ ବାସ କରୁଥିବା ଆଦିମ ଅଧିବାସୀ ସମ୍ପ୍ରଦାୟର ଚକୋଟିଆ ଭୁଞ୍ଜିଆମା​‌େ​‌ନ ଶୁକ୍ରବାର ଏକ ବୈଠକ କରି ସେମାନେ ଛତିଶଗଡ଼ରେ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ ା ଓଡ଼ିଶାରେ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ା ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ ସେମାନେ ଛତିଶଗଡ଼ରେ ମିଶି​‌େ​‌ବ ବୋଲି ସ୍ଥିର କରିଛନ୍ତି ା ୬୦୦ ବର୍ଗକିମି ପରିବ୍ୟାପ୍ତ ସୁନାବେଡ଼ା ଅଭୟାରଣ୍ୟରେ ସୁନାବେଡ଼ା ଓ ସୋସେଙ୍ଗ ଦୁଇ ପଞ୍ଚାୟତର ୨୪ଟି ଗ୍ରାମ ରହିଛି। ଏଠାରେ ଆଦିମ ଜନଜାତି ଚକୋଟିଆ ଓ ଭୁଞ୍ଜିଆ ଜନଜାତିର ଲୋକେ ବାସ କରନ୍ତି। ଏମାନଙ୍କ ଭିନ୍ନ ଜୀବନଶୈଳୀ ହିଁ ଏମାନଙ୍କୁ ଅନ୍ୟଠାରୁ ସ୍ୱତନ୍ତ୍ର କରିଥାଏ। ଜିଲାର ଏହି ଦୁଇ ଆଦିମ ଜନଜାତିଙ୍କ ଜୀବନଜୀବିକାର ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। କିନ୍ତୁ ଦୀର୍ଘଦିନ ଧରି ଏହି ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଜୀବନରେ ସେମିତି କିଛି ପରିବର୍ତ୍ତନ ହୋଇପାରି ନାହିଁ ବୋଲି ଉକ୍ତ ସମ୍ପ୍ରଦାୟର ଲୋକେ ଅଭିଯୋଗ କରୁଛନ୍ତି ା ଏହାର ପ୍ରତିବାଦରେ ଗତ ଶୁକ୍ରବାର ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ଆଦିବାସୀମାନେ ଏକ ମେଳିକରି ସେମାନଙ୍କୁ ରାଜ୍ୟ ସରକାର ମୌଳିକ ସୁବିଧାରୁ ବଞ୍ଚିତ କରିଛନ୍ତି ା ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ସେମାନେ ଛତିଶଡ଼ରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ା ଏହି ଦୁଇ ପଞ୍ଚାୟତ ମାଓବାଦୀଙ୍କ ଦୁର୍ଗ ଭାବେ ଜଣାଶୁଣା ା ଆଦିବାସୀଙ୍କ ଏତାଦୃଶ ବିରୋଧ ରାଜ୍ୟ ସରକାରଙ୍କ ମାଓଦମନ ପ୍ରତି ଶକ୍ତଧକ୍କା ବୋଲି ବିବେଚନା କରାଯାଉଛି।
ଏହି ଅଭୟାରଣ୍ୟରେ ୭ଟି ପ୍ରଧାନମନ୍ତ୍ରୀ ସଡକ ମଞ୍ଜୁର ହୋଇଥିଲେ ସୁଦ୍ଧା କାର୍ଯ୍ୟ କଚ୍ଛପଗତିରେ ଚାଲିଛି। ଅନେକ ସ୍ଥାନରେ କେବଳ ମେଟାଲ ପଡି କାମ ବନ୍ଦ ରହିଛି ା ପଞ୍ଚାୟତ ସଦର ମହକୁମାରୁ ବ୍ଲକ ସଦର ମହକୁମା ୪୦ କିମି ଦୂର ଥିଲାବେଳେ ଭଲ ରାସ୍ତା ନାହିଁ। ଅଭୟାରଣ୍ୟ ମଧ୍ୟରେ ଚାଲିବାକୁ ୩ଟି ବସ୍‌ ମଞ୍ଜୁର ହୋଇଥିଲେ ସୁଦ୍ଧା ଗୋଟିଏ ବି ବସ୍‌ ଚାଲୁ ନାହିଁ। ପୁଣି ଏହି ଅଭୟାରଣ୍ୟରେ ଉଦନ୍ତି ବ୍ୟାଘ୍ରପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବାରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ ଏବଂ ଆଦିବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଜଣେ ଗର୍ଭବତୀ ଚିକିତ୍ସା ସୁବିଧା ପାଇବାକୁ ୪୦ କିମି ଦୂର ଯାଉଛନ୍ତି ା ୨୪ ଗ୍ରାମର ଲୋକେ ଶୁଦ୍ଧ ପିଇବାପାଣି ପାଇପାରି ନାହାନ୍ତି ା ଯଦି ଓଡ଼ିଶା ସରକାର ଏମାନଙ୍କ ବିକାଶ ଦିଗରେ କାର୍ଯ୍ୟ ନ କରନ୍ତି ତେବେ ୨୪ଟି ଗ୍ରାମର ଲୋକେ ଆଗାମୀଦିନରେ ଛତିଶଗଡ଼ରେ ମିଶିବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଅନୁଷ୍ଠିତ ମେଳିରେ ସମସ୍ତ ୨୪ଟି ଗ୍ରାମର ଲୋକେ ସମ୍ମିଳିତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories