www.samajalive.in
Tuesday, December 9, 2025
16.1 C
Bhubaneswar

ସାତସୁରେ ବନ୍ଧା ଏ ଜୀବନ : ସଙ୍ଗୀତ ହିଁ ଶାନ୍ତି ଓ ମୁକ୍ତିର ପଥ-ପ୍ରେମ୍‌ ଆନନ୍ଦ

ଉତ୍ତରଭୁବନେଶ୍ୱର : ଭଜନରୁ ଆରମ୍ଭ କରି ଯାତ୍ରା ଏବଂ ଚଳଚ୍ଚିତ୍ର ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ସମସ୍ତଙ୍କ ହୃଦୟରେ ବସା ବାନ୍ଧିଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଯେତେଗୁଡ଼ିଏ ହିଟ୍‍ ଭଜନ ରହିଛି ପ୍ରାୟ ସେଗୁଡ଼ିକ ତାଙ୍କ ସ୍ବର ସଂଯୋଜନାରେ ସମୃଦ୍ଧ।
ମହୁରିଆ ମହୁରି ବଜା, ଶିବ ଶରଣ, ତାରିଣୀ, ଜଗନ୍ନାଥ ଭଜନ ସହିତ ଶ୍ରୀଚରଣଙ୍କ କଣ୍ଠରେ ତୁ ତୁ ମୋର ଅନ୍ଧ ଲଉଡ଼ି, ସ୍ୱର୍ଗଦ୍ୱାର ମୋର ଶେଷ ଠିକଣା, ସାରଳା ଭଜନ, ଭରିଦେ କଳସ ମା’ ଲୋ, ଆମକୁ ସାଇଡ୍‍ ଦିଅ ଆମେ ତ କାଉଡ଼ି ବାଲା ଭଳି ଅନେକ ଗୀତରେ ନିର୍ଦେଶନା ଦେଇଛନ୍ତି ସେ। ତେବେ ଶ୍ରୀ ଜଗନ୍ନାଥଙ୍କ ସହସ୍ରନାମ – ଚତୁର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ… ଗୀତରେ ସେ ସ୍ୱର ସଂଯୋଜନା କରିଥିବା ବେଳେ ଏହା ଜୀବନର ଶ୍ରେଷ୍ଠତମ ଗୀତ ବୋଲି ପ୍ରେମ୍‌ ଆନନ୍ଦ ସ୍ବୀକାର କରନ୍ତି। ୧୯୯୩ରେ ତାଙ୍କର ପ୍ରଥମ କ୍ୟାସେଟ ‘ମା ଗୋଜବାୟାଣୀ’ ଡାଇନାମିକ୍‍ କମ୍ପାନୀ ପ୍ରସ୍ତୁତ କରିଥିଲା। ବିଶେଷକରି ‘ଜହ୍ନରେ’ ଗୀତଗୁଡ଼ିକ ହିଟ୍‍ ହେବା ପରେ ସାର୍ଥକରେ ସେ କାମ ଆରମ୍ଭ କରିଥିଲେ। ତେବେ ଏହା ପୂର୍ବରୁ ଯାତ୍ରାରେ ମଧ୍ୟ କାମ କରିଥିଲେ। ବେଶ୍‌ କିଛି ନାଟକରେ ବି ସେ ସ୍ବର ସଂଯୋଜନା କରିଥିଲେ। ଅଭିମନ୍ୟୁ ସାମନ୍ତ ସିଂହାର, ଜ୍ଞାନ ପ୍ରତିଭା, ପଠାଣି ସାମନ୍ତ, ସାରଳା ଦାସ ଏବଂ ରାଜ୍ୟ ସମ୍ମାନ ଭଳି ଅନେକ ସମ୍ମାନ ପାଇଛନ୍ତି ସେ। ସେ କହନ୍ତି, ଗାଁ ଗହଳିରେ ଯେଉଁ ପୁରାତନ ଶବ୍ଦ ରହିଥିଲା ତାହା ଏବେ ଲୁଚି ଗଲାଣି। ଏହାକୁ ଉଜ୍ଜୀବିତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ‘ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ’ ଗୀତ ପ୍ରସ୍ତୁତ ହେଉଛି। ଏଥିରେ ୧୪ଜଣ କଣ୍ଠଶିଳ୍ପୀଙ୍କୁ ସେ ସୁଯୋଗ ଦେଇଥିବାବେଳେ ଆସନ୍ତା ଓଡ଼ିଶା ଦିବସ ଅବସରରେ ଏହା ମୁକ୍ତିଲାଭ କରିବା କାର୍ଯ୍ୟକ୍ରମ ରହିଛି। ସଂଘର୍ଷ ଭିତରେ ସଫଳତା ସାଉଁଟି ଚାଲିଛନ୍ତି ଏହି ପ୍ରତିଭା। ନୂଆ ନୂଆ କଣ୍ଠଶିଳ୍ପୀଙ୍କୁ ସୁଯୋଗ ଦେବା ଓ ସଙ୍ଗୀତରେ ପରୀକ୍ଷା ନିରୀକ୍ଷା ଚଳାଇ ଆସିଥିବା ପ୍ରେମ୍‌ ଆନନ୍ଦ ବଲିଉଡରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବା ଦିଗରେ ପ୍ରୟାସ ଚଳାଇଛନ୍ତି। କିଛି ହିନ୍ଦୀ ଚିତ୍ରରେ କାମ କରିଥିବା ବେଳେ ଆଗାମୀ ଦିନରେ ଆଉ କିଛି ଚିତ୍ରର ସୁଯୋଗ ତାଙ୍କ ହାତରେ ରହିଛି। ସଙ୍ଗୀତ ହିଁ ଶାନ୍ତି ଓ ମୁକ୍ତିର ପଥ ବୋଲି ସେ କହନ୍ତି। ଏହାକୁ ସାଥୀ କରି ଦୀର୍ଘ ରାସ୍ତା ଚାଲିବାର ସଂକଳ୍ପ କରିଛନ୍ତି ସେ। ଏନେଇ ପରିବାରରୁ ପ୍ରେରଣା ପାଉଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories