www.samajalive.in
Tuesday, December 9, 2025
16.1 C
Bhubaneswar

କରୋନାକୁ ସାଥୀରେ ନେଇ ବଞ୍ଚିବାକୁ ହେବ : ‘ବିଶ୍ବରେ ଭାରତ ଉଦାହରଣ ସୃଷ୍ଟି କରିଛି’

ଗତ ବର୍ଷକ ମଧ୍ୟରେ ଭାରତ ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି। ମହାମାରୀକୁ ସଠିକ୍‌ ରୂପେ ନିୟନ୍ତ୍ରଣ କରି ମୃତ୍ୟୁହାର କମ୍‌ କରିପାରିଛି। ତେଣୁ ଆମେ ଏହା ଶିକ୍ଷା କଲୁ ଯେ କରୋନାକୁ ନିୟନ୍ତ୍ରଣ କରିବା ସହିତ ଅନ୍ୟ ଦେଶଗୁଡ଼ିକୁ ଟିକା ଦେଇ ଭାରତ ମଣିଷପଣିଆ ଦେଖାଇଛି। ଭାରତ ଓ ଓଡ଼ିଶା କୋଭିଡ ପରିଚାଳନା କ୍ଷେତ୍ରରେ ବହୁ ଆଗରେ ରହିଛି। ୧୬ ମାର୍ଚ୍ଚରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇ ଥିଲା। ଏହାରି ଭିତରେ ଗୋଟିଏ ବର୍ଷ ବିତିଛି। କରୋନା ସମସ୍ତ ଲୋକଙ୍କୁ ଆକ୍ରାନ୍ତ କରିଛି। ଭାରତ ମହାମାରୀକୁ ନିୟନ୍ତ୍ରଣ କରିବା ଦ୍ବାରା ଅଧିକ ଲୋକ ଆକ୍ରାନ୍ତ ହେଲେ ମଧ୍ୟ ୧.୪ ପ୍ରତିଶତ ମୃତ୍ୟୁହାରରେ ସୀମିତ ରଖାଯାଇ ପାରିଛି। ଓଡ଼ିଶାରେ ୩.୫୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାତ୍ର ୨ ହଜାର ଭିତରେ ମୃତ୍ୟୁହାର ରୋକାଯାଇ ପାରିଛି। କେନ୍ଦ୍ର ଓ ରାଜ୍ୟ ସରକାର ନିୟନ୍ତ୍ରଣରେ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଦେଶରେ ଦୁଇଟି ଟିକା ବିକଶିତ ହୋଇଛି। ଭାରତ ଦେଶର ଲୋକଙ୍କୁ ଟିକାକରଣ କରିବା ସହିତ ୪୦ ଦେଶକୁ ଟିକା ପ୍ରଦାନ କରିଛି। ଆଗକୁ କୋଭିଡ ନିୟମାବଳୀ ମାନିଲେ ଦ୍ବିତୀୟ ଲହର ଆସିବ ନାହିଁ। ତେଣୁ କରୋନାକୁ ସାଥୀରେ ନେଇ ବଞ୍ଚିବାକୁ ପଡ଼ିବ ଭାବି ଜନସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ କରିବା ସହିତ ନିୟମାବଳୀକୁ କଡ଼ାକଡ଼ି ମାନିବା ଦରକାର।

-ପ୍ରଫେସର ଡା. ଅଶୋକ ମହାପାତ୍ର, ଏମ୍‌ସ ଭୁବନେଶ୍ବରର ପୂର୍ବତନ ନିର୍ଦେଶକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories