www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାଭିମାନ ଅଞ୍ଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ, ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ପିପାଲପାଦର ଜଙ୍ଗଲରେ ରବିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ କୌଣସି ମାଓବାଦୀ ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ କୌଣସି ଖବର ମିଳିନାହିଁ।

ପିପାଲପାଦର ଜଙ୍ଗଲରେ ମାଓବାଦୀ ସଂଗଠନର ଏକ ବୈଠକ ଚାଲିଥିବା ଖବର ପାଇ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଆଜି ସକାଳୁ କୋମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଜଙ୍ଗଲରେ ମାଓବାଦୀଙ୍କ ସହିତ ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଘଟଣାସ୍ଥଳକୁ ଯବାନମାନେ ବିସ୍ଫୋରକ ଏବଂ ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। କୋମ୍ବିଂ ଅପରେଶନ ଶେଷ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ମିଳିବ ବୋଲି ମାଲକାନଗିରି ଏସପି ହୃଷିକେଶ ଖିଲାରୀ ସୂଚନା ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories