www.samajalive.in
Wednesday, December 10, 2025
18.1 C
Bhubaneswar

ବିତିଲା ବର୍ଷେ : ପ୍ରଥମ କରୋନା ମୃତ୍ୟୁ ଅସ୍ପଷ୍ଟ

କରୋନା ନମୁନା ପରୀକ୍ଷା ରିପୋର୍ଟ କିମ୍ବା ମୃତ୍ୟୁର ବାସ୍ତବ କାରଣ ଦେଇପାରୁ ନାହାନ୍ତି ସରକାର

ବେଙ୍ଗାଲୁରୁ,୧୩ା୩: କର୍ଣ୍ଣାଟକର କୁଲବର୍ଗି ବାସିନ୍ଦା କାଜି ମହମ୍ମଦ ହୁସେନ ସିଦ୍ଦିକିଙ୍କର ୨୦୨୦ ମାର୍ଚ୍ଚ ୧୦ରେ କରୋନାରେ ମୃତ୍ୟୁ ହୋଇଥିଲା। ତାଙ୍କୁ ଭାରତ​‌େ​‌ର ପ୍ରଥମ କରୋନା ଶିକାର ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିଲା। କର୍ଣ୍ଣାଟକ ସରକାର ସିଦ୍ଦିକିଙ୍କ ମୃତ୍ୟୁର ଦୁଇ ଦିନ ପରେ ଏହି ଘୋଷଣା କରିବା ପରେ ଦେଶରେ ଅହେତୁକ ଆତଙ୍କ ଖେଳିଯାଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି; କିନ୍ତୁ ପରିତାପର ବିଷୟ ହେଉଛି ଯେ ସିଦ୍ଦିକି କରୋନା ସଂକ୍ରମିତ ଥିଲେ ବୋଲି ଅଦ୍ୟାବଧି ତାଙ୍କ ପରିବାରକୁ ପ୍ରମାଣପତ୍ର ମିଳି ନାହିଁ। ତାଙ୍କ ପରିବାର ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଏହି ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଫଳ ମିଳି ନାହିଁ; ଅତଏବ ସିଦ୍ଦିକିଙ୍କର କରୋନାରେ ମୃତ୍ୟୁ ହୋଇ ନ ଥିଲା; ସରକାର ଶୁଖିଲାରେ ଏଭଳି ପ୍ରଚାର କରିଥିଲେ ବୋଲି ପରିବାରବର୍ଗ କହୁଛନ୍ତି।
ଅସୁସ୍ଥ ୭୬ବର୍ଷୀୟ ସିଦ୍ଦିକିଙ୍କୁ ମାର୍ଚ୍ଚ ୧୦ରେ ହାଇଦରାବାଦର ଏକ ଘରୋଇ ଡାକ୍ତରଖାନାରୁ କୁଲବର୍ଗି ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆଧାରରେ କୁଲବର୍ଗି ଦେଶର ପ୍ରଥମ ଜିଲା ଭାବେ ତାଲାବନ୍ଦ ଘୋଷିତ ହୋଇଥିଲା। ସିଦ୍ଦିକିଙ୍କ ପୁଅ କାଜି ହମିଦ ଫୈଜଲ ସିଦ୍ଦିକି କହିଛନ୍ତି ଯେ ବାପା ଫେବୃଆରୀ ୨୮ରେ ସାଉଦି ଆରବର ଜିଦ୍ଦାରୁ ଫେରିବା ପରେ ମାର୍ଚ୍ଚ ୯ରେ ଅସୁସ୍ଥହୋଇଥିଲେ। ତାଙ୍କୁ ହାଇଦରାବାଦର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହୋଇପାରି ନ ଥିଲା। ଡାକ୍ତର କରୋନା ସଂକ୍ରମିତ ହୋଇଥିବାର ସନ୍ଦେହ କରି ଫେରାଇ ଦେଇଥିଲେ; କିନ୍ତୁ କୌଣସି ପରୀକ୍ଷା କରାଯାଇ ନ ଥିଲା। ପରଦିନ ତାଙ୍କୁ କୁଲବର୍ଗି ନିଆଯାଇଥିଲା। ବାପା ଅସୁସ୍ଥ ଥିବାବେଳେ ସେ ପତ୍ନୀ ଓ ଦୁଇ ପିଲାଙ୍କ ସହ ତାଙ୍କ ନିକଟରେ ଥିଲେ ଏବଂ ସମସ୍ତ ସେବା ଶୁଶ୍ରୂଷା କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ମୃତଦେହକୁ ଦୁଇ ଦିନ ଅନୁଧ୍ୟାନ ପାଇଁ ରଖିଥିଲେ। ପରେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ବାପାଙ୍କୁ ଯଦି କରୋନା ହୋଇଥିଲା ତାହାହେଲେ ସେ କିମ୍ବା ତାଙ୍କ ପତ୍ନୀ ଓ ଦୁଇ ପିଲା କିପରି ଅଦ୍ୟାବଧି ସେହି ଭୂତାଣୁ କବଳରେ ପଡ଼ି ନାହାନ୍ତି ବୋଲି ହମିଦ ପ୍ରଶ୍ନ କରିଛନ୍ତି। ବାପାଙ୍କ ମୃତ୍ୟୁର ପରଦିନ ହମିଦଙ୍କ ଭଉଣୀ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ କେଉଁଠି ସଂକ୍ରମିତ ହେଲେ ତାହା ପ୍ରମାଣିତ ହୋଇପାରି ନାହିଁ। ହମିଦଙ୍କ ପତ୍ନୀ ଡାକ୍ତର ଆକିଲା ସିଦ୍ଦିକିଙ୍କ କହିବାନୁସାରେ ବାପାଙ୍କ ମୃତ୍ୟୁବେଳେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟ ବିଭାଗ ସେ କରୋନା ସଂକ୍ରମିତ ଥିବା କହି ନ ଥିଲେ। ସ୍ବାଭାବିକ ଭାବେ ସାମାଜିକ କଳଙ୍କ ଦୂର ପାଇଁ ପରିବାର ପକ୍ଷରୁ ପ୍ରମାଣପତ୍ର ମଗାଯାଇଥିଲା।
କୁଲବର୍ଗି ଜିଲା ସ୍ବାସ୍ଥ୍ୟ ଅଧିକାରୀ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ ସିଦ୍ଦିକିଙ୍କର ଶ୍ବାସ, ରକ୍ତଚାପ ଆଦି ସ୍ବାସ୍ଥ୍ୟ ସମସ୍ୟା ରହିଥିଲା। ମାର୍ଚ୍ଚ ୯ରେ ତାଙ୍କଠାରୁ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସିଦ୍ଦିକି ୧୦ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲାବେଳେ ୯ରେ କିପରି ନମୁନା ସଂଗ୍ରହ କରାଗଲା ସେ ନେଇ ପ୍ରଶ୍ନ ଉଠିଛି। ଅପରପକ୍ଷରେ ହାଇଦରାବାଦର ଯେଉଁ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ପରିବାରବର୍ଗ କହୁଥିଲେ ସେହି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ଏଭଳି ରୋଗୀଙ୍କର ଚିକିତ୍ସା କରି ନାହାନ୍ତି। ଅପରପକ୍ଷରେ ସିଦ୍ଦିକିଙ୍କ ସଂସ୍ପର୍ଶରେ ଆସିଥିବା ୯୮ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର କେବଳ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସୂଚନାନୁଯାୟୀ, ସିଦ୍ଦିକିଙ୍କର କରୋନା ଭୟରେ ଉପଯୁକ୍ତ ଚିକିତ୍ସା କରାଯାଇପାରି ନ ଥିଲା; ଯାହା ତାଙ୍କ ମୃତ୍ୟୁର କାରଣ ଥିଲା। ଏଭଳି ସ୍ଥିତିରେ ପରିବାରକୁ ତାଙ୍କର ମୃତ୍ୟୁ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରା ନ ଯିବା ନାନା ସନ୍ଦେହ ସୃଷ୍ଟି କରୁଛି; କାରଣ ଦେଶରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି; ଯେଉଁଠି କୌଣସି ବ୍ୟକ୍ତିଙ୍କ ସାଧାରଣ ମୃତ୍ୟୁକୁ କରୋନା ସହିତ ଯୋଡ଼ା ଯାଇଛି ତ’ କେଉଁଠି କରୋନାରେ କାହାର ମୃତ୍ୟୁ ହୋଇଥିଲେ ମଧ୍ୟ ସରକାର ଏହାକୁ ସ୍ପଷ୍ଟ କରି ନାହାନ୍ତି। ସରକାର ଅନେକ ତଥ୍ୟ ଲୁଚାଇଥିବାର ଅଭିଯୋଗ ମଧ୍ୟ ହୋଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories