www.samajalive.in
Sunday, December 7, 2025
23.1 C
Bhubaneswar

ମହାରାଷ୍ଟ୍ର ପୁଣି କରୋନା ହଟ୍‌ସ୍ପଟ୍‌ : ପୁଣେରୁ ଔରଙ୍ଗାବାଦ ଯାଏ କଟକଣା

ମୁମ୍ବଇ : ମହାରାଷ୍ଟ୍ର ପୁନର୍ବାର କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଛି। ଦେଶର ସର୍ବାଧିକ ସଂକ୍ରମଣ ଏହି ରାଜ୍ୟରେ ହେଉଛି। ଶନିବାର ସୁଦ୍ଧା ସ୍ଥିତି ଗତ ବର୍ଷ ସେପ୍ଟେମ୍ବର ସହିତ ପ୍ରାୟତଃ ସମାନ ହେଲାଣି। ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପୁଣେରୁ ଔରଙ୍ଗାବାଦ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାଲାବନ୍ଦ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ପୁଣେ ସମ୍ପ୍ରତି ଦେଶର ସର୍ବାଧିକ ସଂକ୍ରମିତ ସହର ହୋଇଛି। ଔରଙ୍ଗାବାଦରେ ମୋଟ ୫୭ ହଜାର ୭୫୫ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ୧୫ ହଜାର ୮୧୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୨୨ ଲକ୍ଷ ୮୨ ହଜାର ୧୯୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୬ ଜଣ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସଂଖ୍ୟା ୫୨୭୨୩ ହୋଇଛି। ମୁମ୍ବଇରେ ଦିନକରେ ସର୍ବାଧିକ ୧୬୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୨୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସହରରେ ୪ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ପୁଣେ, ଥାଣେ, ପରଭଣୀ, ନଗପୁର, ୱାର୍ଦ୍ଧା, ଔରଙ୍ଗାବାଦ, ନାନ୍ଦେଡ, ପନବେଲ, ଜଲଗାଓଁ ଓ ଧୁଲେରେ ପର୍ଯ୍ୟାୟକ୍ରମେ ଓ ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଛି। ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ସହିତ ମାର୍ଚ୍ଚ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ହୋଟେଲ ଓ ଅନ୍ୟ କ୍ଷେତ୍ରରେ ମଧ୍ୟ କଟକଣା ଜାରି ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କୌଣସି କାର୍ଯ୍ୟକ୍ରମରେ ସର୍ବାଧିକ ୫୦ଜଣଙ୍କୁ ଏକତ୍ର ହେବାର ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories