www.samajalive.in
Wednesday, December 10, 2025
26.1 C
Bhubaneswar

୫୭ ଦିନରେ ଟିକାକରଣ, ବଢୁଛି କରୋନା ସଂକ୍ରମଣ

ଦେଶରେ କରୋନା ମହାମାରୀର ପ୍ରଭାବ ହ୍ରାସ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ଆଜି ୫୭ ଦିନରେ ପହଞ୍ଚିଛି ଓ ଏହି କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ୨ କୋଟି ୯୧ ଲକ୍ଷ ୯୨ ହଜାର ୫୪୭ ଜଣଙ୍କୁ ଟିକାକରଣ କରାଯାଇଛି। ଏମାନଙ୍କ ମଧ୍ୟରେ ୭୩ ଲକ୍ଷ ୩୧ ହଜାର ୪୯୮ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ଡୋଜ ଟିକା ଦିଆଯାଇଥିବା ବେଳେ ୪୨ ଲକ୍ଷ ୫୮ ହଜାର ୨୯୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ, ୭୨ ଲକ୍ଷ ୯୬ ହଜାର ୪୭୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ ୧୦ ଲକ୍ଷ ୫୩ ହଜାର ୭୩୨ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୭୪ ହଜାର ୯୦ ଜଣ ହିତାଧିକାରୀଙ୍କୁ କୋଭିଡ୍‍ ନାଇଣ୍ଟିନ୍‍ ଟିକା ପ୍ରଦାନ କରାଯାଇଛି।

ସେହିପରି ବହୁବିଧ ରୋଗରେ ପୀଡିତ ୪୫ବର୍ଷରୁ ଊର୍ଦ୍ଧ୍ବ ୧୩ ଲକ୍ଷ ୮୬ ହଜାର ୩୦୫ ଜଣଙ୍କୁ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୭୮ ଲକ୍ଷ ୬୬ ହଜାର ୨୪୧ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଟିକା ନେବା ପରେ କେତେକ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସାମଗ୍ରୀକ ଭାବେ ଟିକାକରଣର କୌଣସି କୁପ୍ରଭାବ ପରିଲକ୍ଷିତ ହୋଇନାହିଁ।

- Advertisement -

ଇତିମଧ୍ୟରେ ଦେଶରେ କରୋନା ଆରୋଗ୍ୟ ହାର ୯୬ ଦଶମିକ୍‍ ୮/୨ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୯୫୭ ଜଣ ସୁସ୍ଥ ହେବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୯ଲକ୍ଷ ୭୩ ହଜାର ୨୬୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୪ ହଜାର ୮୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ୍‍ ସଂକ୍ରମଣ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮କୁ ବୃଦ୍ଧି ପାଇଛି। ସଂପ୍ରତି ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୨୨ ରହିଛି, ଯାହାକି ମୋଟ୍‍ ସଂକ୍ରମଣର ୧ ଦଶମିକ ୭/୮ ପ୍ରତିଶତ।

ସେହିପରି ଗତକାଲି ଆଉ ୧୪୦ ଜଣଙ୍କର ମୃତ୍ୟୁ ହେବା ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୮ ହଜାର ୪୪୬ରେ ପହଞ୍ଚିଛି। ଦେଶରେ କରୋନା ଜନିତ ମୃତ୍ୟୁହାର ୧ ଦଶମିକ ୪ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଆଇସିଏମ୍‍ଆରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୮ଲକ୍ଷ ୪୦ ହଜାର ୬୩୫ ନମୁନା ପରୀକ୍ଷା କରାଯିବା ସହ ଏଯାବତ୍‍ ୨୨ କୋଟି ୫୮ ଲକ୍ଷ ୩୯ ହଜାର ୨୭୩ ନମୁନା ପରୀକ୍ଷା କରାଯାଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories