www.samajalive.in
Tuesday, December 9, 2025
17.1 C
Bhubaneswar

ସିଆଇଏସଏଫ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସି.ଆଇ.ଏସ୍‍.ଏଫ୍‍.ର ପ୍ରତିଷ୍ଠାଦିବସ ଅବସରରେ ଏହାର ଯବାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସୁରକ୍ଷା ଓ ବିକାଶରେ ସି.ଆଇ.ଏସ୍‍.ଏଫ୍‍.ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୯ ମସିହାର ପ୍ରତିଷ୍ଠା ଦିବସ ସମାରୋହରେ ସେ ଯୋଗ ଦେଇଥିଲେ ବୋଲି କହିଛନ୍ତି।

- Advertisement -

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସି.ଆଇ.ଏସ୍‍.ଏଫ୍‍.ର ସାହସୀ ଯବାନମାନଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗ ପାଇଁ ସମ୍ମାନ ଜଣାଇଛନ୍ତି। ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଯୋଗାଇବାରେ ସି.ଆଇ.ଏସ୍‍.ଏଫ୍‍.ର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ।


ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କେନ୍ଦ୍ରୀୟ ସୁରକ୍ଷା ବଳର ବହୁମୁଖୀ କାର୍ଯ୍ୟକଳାପ ଓ ପେଶାଦାରୀ ମନୋଭାବର ଭୂୟସୀ ପ୍ରଶଂସା କରିଛନ୍ତି। ଆଜିର ପ୍ରତିଷ୍ଠା ଦିବସ ଅବସରରେ ସେ ସି.ଆଇ.ଏସ.ଏଫ୍‍.ର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ପ୍ରତି କୃତଜ୍ଞତା ଜଣାଇଛନ୍ତି।


ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ମଧ୍ୟ ସି.ଆଇ.ଏସ.ଏଫ୍‍.ପାଇଁ ନିଜ ବାର୍ତ୍ତାରେ ଏହି ସୁରକ୍ଷା ବଳର ସେବା ଓ ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ପାଇଁ ଦେଶବାସୀ ସେମାନଙ୍କଠାରେ କୃତଜ୍ଞ ବୋଲି କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories