www.samajalive.in
Sunday, December 7, 2025
23.1 C
Bhubaneswar

ଗୁଗୁଲ୍ ପାଳନ କରୁଛି ‘ସାଟେଲାଇଟ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ବୈଜ୍ଞାନିକ ପ୍ରଫେସର ଉଡୁ଼ପି ରାମଚନ୍ଦ୍ର ରାଓଙ୍କ ୮୯ତମ ଜନ୍ମଦିନ

ଗୁଗୁଲ ଆଜି ଭାରତର ସାଟେଲାଇଟ୍ ମ୍ୟାନ୍ ଭାବରେ ପରିଚିତ ଖ୍ୟାତନାମା ବୈଜ୍ଞାନିକ ପ୍ରଫେସର ଉଡୁ଼ପି ରାମଚନ୍ଦ୍ର ରାଓଙ୍କ ୮୯ତମ ଜନ୍ମଦିନ ପାଳନ କରୁଛି। ଗୁଗୁଲ ତାର ଡୁଡଲରେ ପୃଥିବୀର ପୃଷ୍ଠଭୂମି ଏବଂ ତାରାଗୁଡ଼ିକ ସହ ପ୍ରଫେସର ରାଓଙ୍କ ଏକ ଚିତ୍ର ସ୍ଥାନିତ କରିଛି। ଗୁଗୁଲ୍ ଏହାର ବର୍ଣ୍ଣନାରେ ଲେଖିଛି, ତୁମର ନକ୍ଷତ୍ର ମଣ୍ଡଳ ଉପରେ ବୈଷୟିକ ପ୍ରଗତି ଏବେ ଅନୁଭୂତ ହେବାରେ ଲାଗିଛି।

୧୯୩୨ ମସିହାର ଆଜିର ଦିନରେ କର୍ଣ୍ଣାଟକର ଏକ ସୁଦୂର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ରାଓ ଜଣେ ପଦାର୍ଥ ବିଜ୍ଞାନୀ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଡକ୍ଟରେଟ୍ ସମାପ୍ତ କରିବା ପରେ ପ୍ରଫେସର ରାଓ ଆମେରିକାରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ଏବଂ ନାସାର ପାୟୋନିଅର୍ ଏବଂ ଏକ୍ସପ୍ଲୋରର ଉପରେ ପରୀକ୍ଷଣ କରିଥିଲେ।

- Advertisement -

୧୯୬୬ ମସିହାରେ ଭାରତକୁ ଫେରିବା ପରେ ପ୍ରଫେସର ରାଓ ୧୯୭୨ ମସିହାରେ ଦେଶର ଉପଗ୍ରହ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଏବଂ ତାହା ପୂର୍ବରୁ ସେ ମହାକାଶ ବିଜ୍ଞାନ ପାଇଁ ଭାରତର ପ୍ରମୁଖ ଅନୁଷ୍ଠାନ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀରେ ଏକ ବ୍ୟାପକ ଉଚ୍ଚ-ଶକ୍ତି ଜ୍ୟୋତିର୍ବିଜ୍ଞାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାରତର ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଭାବେ ପ୍ରଫେସର ରାଓ ଦେଶର ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ।

୨୦୧୩ରେ ସାଟେଲାଇଟ୍ ହଲ୍ ଅଫ୍ ଫେମ୍’ରେ ପ୍ରଫେସର ରାଓ ପ୍ରଥମ ଭାରତୀୟ ଭାବରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ସେହି ବର୍ଷ ମଙ୍ଗଳ ଯାନ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ସେ ୨୦୧୭ରେ ମୃତ୍ୟୁ ବରଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories