www.samajalive.in
Wednesday, December 10, 2025
26.1 C
Bhubaneswar

ଆରମ୍ଭ ହେଲା ଶ୍ରମିକଙ୍କ ପଞ୍ଜିକରଣ, ସୁରକ୍ଷା ପାଠପଢାଇଲେ ଶ୍ରମ ଅଧିକାରୀ

ହରଭଙ୍ଗା : ପେଟ ପାଇଁ ଧାଇଁ ଆସିଥିଲେ କାମ କରିବାକୁ। ଭୋକିଲା ପେଟରେ କାମ କଲା ସମୟରେ ସେତୁ ଉପରୁ ପଡି ଚାଲିଗଲା ଜୀବନ। ଜଣେ ନୁହେଁ ତିନି ତିନି ଜଣ ନିରୀହ ଅଣଓଡିଆ ନିର୍ମାଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇ ନିର୍ମାଣଧିନ ମହାନଦୀ ସେତୁ କାର୍ଯ୍ୟରେ। ଏଭଳି ଘଟଣା  ନିର୍ମାଣକାରୀ ସଂସ୍ଥା,ଶ୍ରମବିଭାଗ ଏବଂ ପୂର୍ତବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷା ଏବଂ ନିରାପତାକୁ ପଛରେ ପକାଇ ଢିଲା ସୁରକ୍ଷା ଭିତିରେ ଚାଲିଥିବା ନିର୍ମାଣକାର୍ଯ୍ୟ ମଧ୍ୟ ପଦାରେ ପଡିଛି। ଏଭଳି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ତତ୍ପରତା ପ୍ରକାଶ ପାଇଛି। ଶ୍ରମିକ ସୁରକ୍ଷା ଉପରେ କିଚିଂତ୍ ମାତ୍ର ଅବହେଳାକୁ ଆଉ ବରଦାସ୍ତ କରାନଯିବାପାଇଁ ନିର୍ମାଣକାରୀ ଠିକାସଂସ୍ଥା ରଣଜିତ ବିଲଡକନକୁ ସଫା ସଫା ଚେତାବନୀ ଦିଆଯାଇଛି। ଆଜି ଜିଲ୍ଲା ଶ୍ରମଅଧିକାରୀ ପ୍ରସନ୍ନ ପ୍ରଧାନ ନିର୍ମାଣସ୍ଥାନରେ ପଂହଚି ଶ୍ରମିକଙ୍କ ନିରାପତା ପାଇଁ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୁରକ୍ଷା ମ୍ୟାନେଜରଙ୍କୁ ସମସ୍ତ ସତର୍କତା ପଦକ୍ଷେପରେ କାର୍ଯ୍ୟକରିବାକୁ ମଧ୍ୟ ନିର୍ଦ୍ଦେଶ ଦେବା ସହିତ ଶ୍ରମ ଅଧିକାରୀ ଠିକାସଂସ୍ଥାକୁ ସୁରକ୍ଷା ପାଠପଢାଇଛନ୍ତି । ଏଥିରେ ତିଳେମାତ୍ର ଯେପରି ଅବହେଳା ନ ହୁଏ ସେ ନେଇ ସତର୍କ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।।ମୃତ ଶ୍ରମିକଙ୍କ ପରିବାରଙ୍କୁ କିପରି ଶୀଘ୍ର କ୍ଷତିପୂରଣ ମିଳିପାରିବ ସେ ଦିଗରେ କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବାରମ୍ବାର ଜଣେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ କାଯ୍ୟରତ ଶ୍ରମିକଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠିକାସଂସ୍ଥା ପକ୍ଷରୁ ସ୍ଥିତି ସୁଧାରିବା ପାଇଁ ହୋମଯଜ୍ଞ ପୂଜାପାଠ ମଧ୍ୟ କରାଯାଇଛି। ସେତୁ ନିର୍ମାଣ କାର୍ଯ୍ୟ ମିଆଦି ସରିବାକୁ ବସିଥିବା ବେଳେ  ଠିକସଂସ୍ଥା କେଉଁ ସୁରକ୍ଷା ଭିତିରେ ଆଗକୁ କାର୍ଯ୍ୟ ସମ୍ପାଦନ କରୁଛି ତାକୁ କେବଳ ଦେଖିବା ବାକି ରହିଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories