www.samajalive.in
Monday, December 8, 2025
24.1 C
Bhubaneswar

ସହାୟତା ଅପେକ୍ଷାରେ ଦୁଇ ଅସହାୟ ଭଉଣୀ

ହରଭଙ୍ଗା: ଆଜିର ସମୟରେ ଆଧୁନିକତାର ଦ୍ୱାହି ଦେଇ ମଣିଷ ନିଜର ସ୍ୱାର୍ଥ ଆଗରେ ଭାଇ ଭାଇର ସମ୍ପର୍କକୁ ତୁଛ ମନେକରୁଛି। କିନ୍ତୁ ଅସହାୟ ଅବସ୍ଥାରେ ବି ଅନ୍ନପୂର୍ଣ୍ଣା ଓ ସୀମାନ୍ତ୍ରୀ ଭଳି ଦୁଇ ଭଉଣୀଙ୍କ ନିଆରା ସମ୍ପର୍କ ସଭ୍ୟ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏଭଳି ଏକ ଚିତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ଦୁର୍ଗମ କାଚପାଜୁ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁର ସ୍ୱର୍ଗତ ଅର୍ନ୍ତର୍ଯ୍ୟାମୀ ବେହେରା ଓ କୈକେୟୀ ବେହେରାଙ୍କ ଦୁଇ ଝିଅ ଅନ୍ନପୂର୍ଣ୍ଣା ଓ ସୀମାନ୍ତ୍ରୀ। ଦୀର୍ଘ ୧୦ବର୍ଷ ତଳେ ଉଭୟ ବାପା, ମାଆଙ୍କ ମୃତ୍ୟୁ ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ବାପା, ମାଆ ଅନ୍ତେ ସପ୍ତମ ଶ୍ରେଣୀରେ ପାଠପଢୁଥିବା ସାନ ଭଉଣୀ ସିମାନ୍ତ୍ରୀର ସାହାର ପାଲଟିଛନ୍ତି ବଡ ଭଉଣୀ ଅନ୍ନପୂର୍ଣ୍ଣା। ସିମାନ୍ତ୍ରୀର ସମସ୍ତ ଦାୟିତ୍ୱ ମୁଣ୍ଡେଇବା ସହିତ କାମ ଧନ୍ଦା କରି ଯାହା ରୋଜଗାର କରନ୍ତି ସେଥିରେ ଦୁହେଁ ଦୁଃଖେ କଷ୍ଟେ ଚଳିଯାଆନ୍ତି। ଦଇବ ଦୁର୍ଯ୍ୟୋଗରେ ଗତ କିଛି ବର୍ଷହେଲା ସାନ ଭଉଣୀ ସୀମାନ୍ତ୍ରୀ ଅଜଣା ରୋଗରେ ପୀଡିତ ପରେ ତାର ଚିକିତ୍ସା ଚିନ୍ତା ଏବେ ଅନ୍ନପୂର୍ଣ୍ଣାଙ୍କୁ ଘାରିଛି। ସାନ ଭଉଣୀର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ତାର ଚିନ୍ତାରେ ଅନ୍ନପୂର୍ଣ୍ଣା କାମଧନ୍ଦା ନ କରିପାରି ଘରେ ବସିରହିଛନ୍ତି। ଅନ୍ୟପଟେ ରହୁଥିବା ଝାଟିମାଟି ଘରଟି ଛାଉଁଣୀ ଛପର ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଭଳି ଅବସ୍ଥାରେ ଦାରିଦ୍ର୍ୟ କଷାଘାତରେ ଦୁଇ ଭଉଣୀ ଜୀବନ କାଟୁଥିବା ଜଣାପଡିଛି। ତୁରନ୍ତ ଜିଲ୍ଲାପାଳ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଅନ୍ନପୂର୍ଣ୍ଣା ନିବେଦନ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories