www.samajalive.in
Saturday, December 6, 2025
16.1 C
Bhubaneswar

ଜୀବନ ନିର୍ବାହ ସୁବିଧା ସୁଯୋଗ ସୂଚକାଙ୍କ; ଭାରତୀୟଙ୍କ ପ୍ରଥମ ପସନ୍ଦ ବେଙ୍ଗାଲୁରୁ ଓ ଶିମ୍‌ଲା, ଛୋଟ ସହର ଭିତରେ ଭୁବନେଶ୍ଵର ୨ୟ

ଦେଶରେ ଜୀବନ ନିର୍ବାହ ଲାଗି ବଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଏବଂ ଛୋଟ ସହରଗୁଡ଼ିକ ଭିତରେ ଶିମ୍‌ଲା ସବୁଠୁ ଉତ୍ତମ ସହର। ଏହି ଦୁଇ ସହରରେ ରହିବା ଭାରତୀୟମାନଙ୍କର ପ୍ରଥମ ପସନ୍ଦ। ତେବେ ଛୋଟ ସହର ଭିତରେ ଓଡ଼ିଶାର ଭୁବନେଶ୍ଵର ୨ୟ ପସନ୍ଦ ପାଲଟିଛି।  ଭାରତ ସରକାରଙ୍କ ଇଜ୍‌ ଅଫ୍‌ ଲିଭିଂ (ଜୀବନ ନିର୍ବାହ ସୁବିଧା ସୁଯୋଗ) ଇଣ୍ଡେକ୍ସ ବା ସୂଚକାଙ୍କରେ ଏହି ତଥ୍ୟ ଦିଆଯାଇଛି। ଏହି ସୂଚକାଙ୍କ ଅଧୀନରେ ମୋଟ ୧୧୧ ସହରର ରାଙ୍କିଂ ଜାରି କରାଯାଇଛି।

ଭାରତ ସରକାରଙ୍କ ପକ୍ଷରୁ ଜୀବନ ନିର୍ବାହ ସୁବିଧା ସୁଯୋଗ ସୂଚକାଙ୍କରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। ଏହି ସୂଚୀରେ ପୁଣେ ୨ୟ ଏବଂ ଅହମଦାବାଦ ୩ୟ ସ୍ଥାନରେ ରହିଛି। ସହରୀ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ଏହି ସୂଚକାଙ୍କରେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଶିମ୍‌ଲା ପ୍ରଥମ ସ୍ଥାନରେ ରହିଥିବାବେଳେ ବିହାରର ମୁଜଫରପୁର ସବୁଠୁ ତଳେ ରହିଛି।

- Advertisement -

ଏହି ସୂଚୀକୁ ସରକାର ପରିଚୟ ଓ ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା, ଅର୍ଥବ୍ୟବସ୍ଥା, ଶସ୍ତା ବାସଗୃହ, ଭୂମି ଯୋଜନା, ପାର୍କ, ପରିବହନ, ଜଳ ଯୋଗାଣ, ଆବର୍ଜନା ପରିଚାଳନା ଓ ପରିବେଶର ଗୁଣବତ୍ତା ଭଳି ୧୫ଟି ମାନଦଣ୍ଡକୁ ଆଧାର କରି ପ୍ରସ୍ତୁତ କରିଥାନ୍ତି।

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ସୂଚୀ

୧- ବେଙ୍ଗାଲୁରୁ

୨- ପୁଣେ

୩- ଅହମଦାବାଦ

୪- ଚେନ୍ନାଇ

୫- ସୁରତ

୬- ନଭି ମୁମ୍ବଇ

୭- କୋଏମ୍ବାଟୁର

୮- ଭଦୋଦରା

୯- ଇନ୍ଦୋର

୧୦- ଗ୍ରେଟର ମୁମ୍ବଇ

୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ସୂଚୀ

୧- ଶିମ୍‌ଲା

୨- ଭୁବନେଶ୍ଵର

୩- ସିଲଭାସା

୪- କାକୀନାଡ଼ା

୫- ସଲେମ

୬- ଭେଲୋର

୭- ଗାନ୍ଧୀନଗର

୮- ଗୁରୁଗ୍ରାମ

୯- ଦାଭଣଗେରେ

୧୦- ତିରୁଚିରାପଲ୍ଲୀ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories