www.samajalive.in
Thursday, December 11, 2025
13.1 C
Bhubaneswar

କରୋନା ଟିକା ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି  । ଗତ ଏକ ତାରିଖରେ ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନ ଟିକା ନେଇଥିଲେ ।ଗତକାଲି ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ କେତେକ ରାଜ୍ୟର ରାଜ୍ୟପାଳ ଟିକା ନେଇଥିଲେ । ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ କରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ରାଷ୍ଟ୍ରପତି ନିବେଦନ କରିଛନ୍ତି ।

ରାଷ୍ଟ୍ରପତି ଭବନଙ୍କ ଟୁଇଟ୍ ଅନୁଯାୟୀ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ରାଷ୍ଟ୍ରପତି କୋବିନ୍ଦ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରଶାସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଝିଅ ରାଷ୍ଟ୍ରପତିଙ୍କ ସହ ଡାକ୍ତରଖାନା ଯାଇଥିଲେ ।

- Advertisement -

ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନର ଏକ ଅଂଶ ଭାବେ,  ମାର୍ଚ୍ଚ ୧ ରୁ ୬୦ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକାକରଣ କରାଯାଉଛି

ଏହି ବୟସ ସୀମା ମଧ୍ୟରେ ଥିବା ସମସ୍ତ ଲୋକ ସରକାରୀ ଡାକ୍ତରଖାନା ଯାଇ ମାଗଣାରେ କରୋନା ଟିକା ପାଇପାରିବେ । ଏହା ବ୍ୟତୀତ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କା ଦେଇ ଟିକା ନେଇ ପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ବର୍ତ୍ତମାନ ପର୍ଯ୍ୟନ୍ତ ଟୀକା ନେଇଛନ୍ତି । ଏହା ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଟିକା ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଆର୍ମି ହସ୍ପିଟାଲରେ କରୋନା ଟିକା ନେଇଥିଲେ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories