www.samajalive.in
Friday, December 12, 2025
17.1 C
Bhubaneswar

ଏକାଦଶୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ୩ ଘଣ୍ଟା ରାସ୍ତା ଅବରୋଧ

କଳାବାଡିଆ : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ଫଚାୟତର ଶାଳବଣୀ ଗ୍ରାମର କାର୍ତ୍ତିକ ବେହେରାଙ୍କ ଏକ ମାତ୍ର ପୁଅ ଏକାଦଶୀ ବେହେରା (୨୨) ଫେବୃୟାରୀ ୧୨ ତାରିଖ ରାତିରୁ ନିଖୋଜ ହୋଇ ଯାଇଥିଲେ। ରାତି ସାରା ଗ୍ରାମବାସୀ ସହିତ ପରିବାର ସବୁଆଡେ ଖୋଜି ନିରାଶ ହୋଇ ପଡିଥିଲେ। ସକାଳୁ ଦେଖିବାକୁ ମିଳିଥିଲା ତାଙ୍କ ଘର ପାଖରେ ଥିବା  ଏକ ଗଡିଆ ରେ ଅଳ୍ପ ପାଣି ରେ ଏକାଦଶୀଙ୍କ  ମୃତଦେହ ପଡି ରହିଛି।  ପ୍ରଥମେ ଏହା  ଗ୍ରାମବାସୀ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ତାଙ୍କ ମୁଣ୍ଡ, କାନ, ଦେହର ବିଭିନ୍ନ ସ୍ଥାନରେ କ୍ଷତ  ଚିହ୍ନ ସହିତ ରକ୍ତ ବାହାରୁ ଥିବାରୁ ବାପା କାର୍ତ୍ତିକ ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପୁଅକୁ କେହି ମାରି  ଫିଙ୍ଗି ଦେଇଛନ୍ତି ବୋଲି ବାପା  ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ବିଳମ୍ବ ରେ ପୁଲିସ ସହିତ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଥିଲେ ମଧ୍ୟ ଗ୍ରାମବାସୀ ଏହି ତଦନ୍ତ ରେ ସନ୍ତୁଷ୍ଟ ହୋଇ ନଥିଲେ। ପର ମୁହୂର୍ତ୍ତରେ  କୁସୁମବନ୍ଧ ସରପଞ୍ଚ ବିଶ୍ବନାଥ ମାଝୀ, ନାଏବ ସରପଞ୍ଚ ଲତିକାନ୍ତି ବେହେରା ସହିତ ଶତାଧିକ ଗ୍ରାମବାସୀ ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ରେ ନିରପେକ୍ଷ ତଦନ୍ତ କରି ହତ୍ୟାକାରୀକୁ ଧରିବା ପାଇଁ ପୋଲିସ  ନିକଟରେ  ଦାବି  କରିଥିଲେ। ଏହାର  ସତ୍ୟାସତ୍ୟ ଉନ୍ମୋଚନ ନ କଲେ ଥାନା ଘେରାଉ କରାଯିବ ବୋଲି ଲିଖିତ ଦାବି ପତ୍ର ଥାନାରେ  ଦେଇଥିଲେ। ଏପଟେ ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିଲେ ଆସାମୀ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଚୁପଚାପ ହୋଇ ବସି ରହି ଥିବାରୁ ଗ୍ରାମବାସୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସମସ୍ତ ଘଟଣା ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମଙ୍ଗଳବାର ମୃତ୍ୟୁ ଯୁବକଙ୍କ ପରିବାର ସହିତ ଶତାଧିକ ଗ୍ରାମବାସୀ ଆସି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି  ମୃତ୍ୟୁ ଏକାଦଶୀର ବାପା ମା ମୃତ୍ୟୁ ଏକାଦଶୀ ଫଟୋ ଧରି ଧାରଣାସ୍ଥଳରେ କାନ୍ଦି ଥିଲେ। ଧାରଣା ସ୍ଥଳରେ ଥାନା ଅଧିକାରୀ ଦୟାନିଧି ଦାସ  ଓ ଏସଡିପିଓ କେ କେ ହରିପ୍ରସାଦ ଲୋକଙ୍କୁ ବୁଝାଇବା ସହିତ  ଖୁବ୍ ଶୀଘ୍ର ଆସାମୀ କୁ  ଧରାଯିବ ବୋଲି  କହିଥିଲେ। କିନ୍ତୁ  ତାଙ୍କ  କଥାରେ  ଗ୍ରାମବାସୀ ସନ୍ତୁଷ୍ଟ  ନ ହୋଇ ଧାରଣା ସ୍ଥଳରୁ  ଉଠି  ଏମଡିଆର-୪୫ ରାସ୍ତା କୁ  ତିନି ଘଣ୍ଟା ଅବରୋଧ  କରିଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ ଦୟାନିଧି ଦାସ ପହଞ୍ଚି ସେମାନଙ୍କୁ ଆଉ ଏକ ଏତଲା  ଲେଖି  ଦେବା ପାଇଁ କହିଥିଲେ। ଏସଡିପିଓ କେ କେ ହରିପ୍ରସାଦ  କହନ୍ତି  ଖୁବ୍ ଶୀଘ୍ର ହତ୍ୟାକାରୀ କୁ  ଧରାଯିବ। ଶେଷରେ  ଗ୍ରାମବାସୀମାନେ  ଆଉ ଏକ ଲିଖିତ ଅଭିଯୋଗ ମଙ୍ଗଳବାର ଦିନ  ଥାନାରେ ଦେଇଛନ୍ତି। ଥାନା ଅଧିକାରୀ ଆସାମୀ ପ୍ରତି କାର୍ୟ୍ୟନୁଷ୍ଠାନ ନେବା କଥାକୁ  ବିଶ୍ୱାସ କରି ରାସ୍ତା ଅବରୋଧରୁ ଗ୍ରାମବାସୀ ମାନେ ହଟିଥିଲେ। ଗ୍ରାମବାସୀ  ସହିତ  ସରପଞ୍ଚ  ବିଶ୍ୱ ନାଥ ମାଝି,  ସହଦେବ ଵେହେରା,  ବିକ୍ରମ  ହାଁସଦା,  ପରମାନନ୍ଦ  ବେହେରା,  ସୁରେନ୍ଦ୍ର  ବେହେରା,  ପଦ୍ମଲୋଚନ  ବେହେରା,  ଜଗଦୀଶ  ହାଁସଦା,  ରାମଚନ୍ଦ୍ର  ବେହେରା  ସହିତ  ଶତାଧିକ  ଗ୍ରାମବାସୀ  କୁହନ୍ତି  ଯଦି  ଆସାମୀକୁ  ପୁଲିସ ଗିରଫ ୧୫ ଦିନ ମଧ୍ୟରେ ନ ଧରିବ ତାହାହେଲେ ଆମେ  ଆଗାମୀ ଦିନରେ  ଥାନା  ଘେରାଉ  କରିବା ସହିତ  ଜାତୀୟ ରାଜପଥ ଅବରୋଧ କରିବୁ।  ତିନି  ଘଣ୍ଟା ଧରି ରାସ୍ତା ଅବରୋଧ  ରହି  ଥିବାରୁ  ଯିବା  ରାସ୍ତାରେ ଟ୍ରକ ବସ ସହିତ ଜନ ସାଧାରଣ ନାହଁ ନଥିବା ଅବସ୍ଥା ଭୋଗ କରିଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories