www.samajalive.in
Wednesday, December 10, 2025
26.1 C
Bhubaneswar

ଭୁବନେଶ୍ବର ଦେଶର ଉତ୍ତପ୍ତ ସହର

-ଆଗକୁ ଆହୁରି ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ, -ଦୁଇବର୍ଷ ତଳର ରେକର୍ଡ ପୁନରାବୃତ୍ତି
-ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ,-ତାତି ଝାଞ୍ଜିରେ ରାଜଧାନୀ ଆଉଟୁପାଉଟୁ

ଭୁବନେଶ୍ବର : ଭୁବନେଶ୍ବର ଭାରତର ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଛି। ଗୁରୁବାର ଦେଶର ବିଭିନ୍ନ ସହରରେ ରହିଥିବା ସର୍ବାଧିକ ତାପମାତ୍ରା ମଧ୍ୟରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି। ଯାହାକି ଦେଶର ଅନ୍ୟ ସମସ୍ତ ସହରର ସର୍ବାଧିକ ତାପମାତ୍ରାଠାରୁ ଆଗରେ। କେବଳ ଗୁରୁବାର ନୁହେଁ; ଗତ ବୁଧବାର ମଧ୍ୟ ସହରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିବା ଦ୍ବାରା ଦେଶର ସର୍ବୋଚ୍ଚ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। କ୍ରମାଗତ ଭାବେ ସର୍ବାଧିକ ତାପମାତ୍ରା ବଢିବା ଯୋଗୁଁ ଗତ ଦୁଇଦିନ ହେଲା ଭୁବନେଶ୍ବର ଦେଶର ଉତ୍ତପ୍ତ ସହର ପାଲଟି ଯାଇଛି। ଫଳରେ ଆଜି ତାତି ଝାଞ୍ଜିରେ ରାଜଧାନୀ ଆଉଟୁପାଉଟୁ ହୋଇଛି।
ଗୁରୁବାର ରାଜଧାନୀର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୬.୫ ଡିଗ୍ରୀ ଅଧିକ ବୃଦ୍ଧି ପାଇଛି। ସହରରେ ୨୦୧୯ ଫେବୃଆରୀ ୨୩ରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ଏହାର ଦୁଇବର୍ଷ ପରେ ପୁଣି ସହରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ସର୍ବାଧିକ ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଭୁବନେଶ୍ବର ବାୟୁମଣ୍ଡଳରେ ଜଳୀୟବାଷ୍ପ କମ ରହୁଛି। ଫଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର କାରଣ ପାଲଟିଛି। ସକାଳ ୮ଟାରୁ ଟାଣ ଖରା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଆସ୍ତେ ଆସ୍ତେ ଝାଞ୍ଜି ପବନ ବହିବାରେ ଲାଗିଲା। ଏପ୍ରିଲ ଓ ମେ ମାସର ଗ୍ରୀଷ୍ମପ୍ରବାହ ପରି ରାଜଧାନୀବାସୀ ତାତି ଅନୁଭୂବ କରିଥିଲେ। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ୧୯୬୩ ଫେବୃଆରୀ ୨୩ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ୨୦୧୬ ଫେବୃଆରୀ ୨୦ରେ ୪୦.୯ ଡିଗ୍ରୀ ଏବଂ ୨୦୧୨ ଫେବୃଆରୀ ୨୫ରେ ୪୦.୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରହିଥିଲା। ଗତ ପାଞ୍ଚ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ୧୬ଟି ସ୍ଥାନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ବାରିପଦାରେ ସର୍ବାଧିକ ତାପମାତ୍ରା ୩୮, ଅନୁଗୋଳରେ ୩୭.୭, ଟିଟିଲାଗଡରେ ୩୭.୬, ତାଳଚେରରେ ୩୭.୧ ଏବଂ କଟକ ଓ ବଲାଙ୍ଗୀରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ମଧ୍ୟରେ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ୧୮ରୁ ୨୦ ଡିଗ୍ରୀ ମଧ୍ୟରେ ୫ଟି ସ୍ଥାନର ରାତି ତାପମାତ୍ରା ରହିଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ରୁ ୧୭ ଡିଗ୍ରୀକୁ ଛୁଇଁଲାଣି। ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories