www.samajalive.in
Sunday, December 7, 2025
13.1 C
Bhubaneswar

ଗ୍ୟାସ୍‌ ଦର ୨୫ ଟଙ୍କା ବୃଦ୍ଧି

-ଫେବୃଆରୀରେ ବଢ଼ିଲାଣି ୧୦୦ ଟଙ୍କା, -ସମ୍ବଲପୁରରେ ସର୍ବାଧିକ 

ଭୁବନେଶ୍ବର : ଦେଶରେ ଇନ୍ଧନ ଗ୍ୟାସ୍‌ ଦର ବୁଧବାର ମଧ୍ୟରାତ୍ରିରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି। ତୈଳ କମ୍ପାନୀଗୁଡିକ ଦର ବୃଦ୍ଧି କରିବା ଦ୍ବାରା ବିଭିନ୍ନ ସହରରେ ନୂତନ ଗ୍ୟାସ୍‌ ଦର ଭିନ୍ନ ଭିନ୍ନ ରହିଛି। ଫେବୃଆରୀ ପହିଲାରୁ ୨୪ ତାରିଖ ମଧ୍ୟରେ ୩ଥରରେ ୧୦୦ ଟଙ୍କା ଗ୍ୟାସ୍‌ ଦର ବଢିଲାଣି। ଗତବର୍ଷ ଡିସେମ୍ବର ପହିଲାରୁ ଏଯାବତ୍‌ ଦେଖିଲେ ତିନିମାସ ମଧ୍ୟରେ ୫ଥରରେ ସିଲିଣ୍ଡର ପିଛା ୨୦୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀ ସହରରେ ଗ୍ୟାସ (୧୪.୨ କେଜି)ର ନୂତନ ବର୍ଦ୍ଧିତ ଦର ଅନୁସାରେ ୭୯୪ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ୭୬୯ ଟଙ୍କା ରହିଥିଲା। ସେହିପରି ଭୁବନେଶ୍ବରରେ ନୂତନ ବର୍ଦ୍ଧିତ ଦର ଅନୁଯାୟୀ ସିଲିଣ୍ଡର ପିଛା ଦାମ ୮୨୦.୫୦ ଟଙ୍କାକୁ ବଢିଛି। ପୂର୍ବରୁ ସହରରେ ଗ୍ୟାସ୍‌ ଦର ୭୯୫.୫୦ ଟଙ୍କା ଥିଲା ବୋଲି ଏଜେନ୍ସି ସୂତ୍ରରୁ ଜଣାପଡିଛି।
ଡିସେମ୍ବର ମାସରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଦୁଇଥର ବୃଦ୍ଧି ହୋଇଥିଲା। ମାସର ୧ ତାରିଖରେ ସିଲିଣ୍ଡର ପିଛା ଦାମ ୫୦ ଟଙ୍କା ବୃଦ୍ଧି ହେଇଥିଲା। ୧୫ ତାରିଖରେ ପୁଣି ଥରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାରୁ ମାସରେ ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ବୃଦ୍ଧି ହୋଇଥିଲା; କିନ୍ତୁ ଜାନୁଆରୀରେ ମୂଲ୍ୟ ବୃଦ୍ଧି କରାଯାଇ ନଥିଲା। ଫେବୃଆରୀ ପହିଲାରେ ଦର ବୃଦ୍ଧି ହୋଇ ନଥିବା ବେଳେ ଏହି ମାସର ୪ ତାରିଖରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ବୃଦ୍ଧି କରିଥିଲେ। ଏହାପରେ ୧୪ ତାରିଖ ମଧ୍ୟରାତ୍ରିରେ ପୁଣିଥରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗତ ୨୪ ତାରିଖ ମଧ୍ୟରାତ୍ରିରୁ ପୁଣି ୨୫ ଟଙ୍କା ବୃଦ୍ଧି ହୋଇଛି। ଗ୍ୟାସ୍‌ ଦର ବୃଦ୍ଧି ପାଇବା ଯୋଗୁଁ ଉପଭୋକ୍ତା ଚଢାଦରରେ ଗ୍ୟାସ୍‌ କିଣିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକେ ଗ୍ୟାସକୁ ଜାଳେଣି ରୂପେ ବ୍ୟବହାର କରି ରୋଷେଇ କରିବା ପରିବର୍ତ୍ତେ ପାରଂପରିକ ଚୁଲାମୁହଁା ହେଲେଣି। କାଠପତ୍ର ସଂଗ୍ରହ କରି ଚୁଲାରେ ରୋଷେଇ ଅଭ୍ୟାସ ଆରମ୍ଭ କଲେଣି। କରୋନା ସମୟରେ ଗ୍ୟାସ୍‌ ଦର ବୃଦ୍ଧି ଉପଭୋକ୍ତାଙ୍କୁ ସମସ୍ୟା ଭିତରକୁ ଠେଲି ଦେଇଛି। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଖୁବ୍ ହଟହଟା ହେଉଛନ୍ତି।
ଓଡ଼ିଶାରେ ବର୍ଦ୍ଧିତ ଦର ଲାଗୁ ହେବାପରେ ସମ୍ବଲପୁର ସହରରେ ସର୍ବାଧିକ ଗ୍ୟାସ ଦର ସିଲିଣ୍ଡର ପିଛା ଦାମ ୮୫୫ ଟଙ୍କାରେ କ୍ରୟ କରୁଛନ୍ତି। କଟକରେ ୮୨୧, ମାଲକାନଗିରିରେ ୮୨୩, ରାଉରକେଲାରେ ୮୫୩.୫୦ ଏବଂ ବ୍ରହ୍ମପୁରରେ ୮୪୧.୫୦ ଟଙ୍କାରେ ଗ୍ୟାସ୍‌ ଏଜେନ୍ସି ଉପଭୋକ୍ତାଙ୍କୁ ବିକ୍ରିୟ କରୁଛନ୍ତି। କେନ୍ଦ୍ର ସରକାର ଉପଭୋକ୍ତାଙ୍କ ରିଆତି କାଟି ଦେଉଛନ୍ତି। ଅନ୍ୟପଟେ ପ୍ରତି ମାସରେ ହାରାହାରି ୧୦୦ ଟଙ୍କା ପର୍ଯ୍ୟନ୍ତ ସିଲିଣ୍ଡର ପିଛା ଦର ବୃଦ୍ଧି ପାଉଛି। ସରକାର ରାଜସ୍ବ ପାଉଥିବାବେଳେ ସାଧାରଣ ଲୋକ ଆର୍ଥିକ କ୍ଷତି ସହୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories