www.samajalive.in
Saturday, December 6, 2025
16.1 C
Bhubaneswar

୨୭ରୁ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ : ସ୍ବଦେଶୀ ଖେଳଣାକୁ ପ୍ରେତ୍ସାହନ

ନୂଆଦିଲ୍ଲୀ : ଖେଳଣା ବଜାରରେ ଚୀନର ପ୍ରାଧାନ୍ୟ ହ୍ରାସ କରିବା ପାଇଁ ଭାରତ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେଉଛି ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ (ଭାରତୀୟ ଖେଳଣା ମେଳା-୨୦୨୧)।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ (ଭାରତୀୟ ଖେଳଣା ମେଳା) କୁ ଶନିବାର ଦିନ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ଏକ ଶିଶୁର ମାନସିକ ବିକାଶରେ ଖେଳନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍‍ ବିଷୟରେ ଉଲ୍ଲେଖ କରିଥିଲେ। ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ମୁତାବକ ଏହି ‘ଟୟେ ଫେୟାର୍‍’ର ଆୟୋଜନ କରାଯାଉଛି।
ଦେଶରେ ଖେଳନା ଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ଓ ବିଦେଶୀ ବଜାରରେ ଏଗୁଡ଼ିକର ଚାହିଦା ବୃଦ୍ଧି ଲକ୍ଷ୍ୟରେ ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ ‘ଇଣ୍ଡିଆ ଟଏ ଫେୟାର- ୨୦୨୧’ ଅନୁଷ୍ଠିତ ହେବ। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ। ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ।

- Advertisement -

ଇଣ୍ଡିଆ ଟଏ ଫେୟାର ୨୦୨୧ ପାଇଁ ଏକ ୱେବ୍‍ସାଇଟ୍‍ ସ୍ଥାପନ କରାଯାଇଛି। ଏହାର ଠିକଣା ହେଉଛି www.the india toy fair.in  ଏହି ୱେବ୍‍ସାଇଟରେ ଛୋଟପିଲା,ସ୍କୁଲ ଚାତ୍ରଛାତ୍ରୀ, ସେମାନଙ୍କର ପିତାମାତା, ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକରଣ କରିପାରିବେ। ଏହା ମାଧ୍ୟମରେ ଭାରତରେ ନିର୍ମିତ ହେଉଥିବା ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ହଜାରରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଏଥିରେ ଭାଗନେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories