www.samajalive.in
Monday, December 8, 2025
24.1 C
Bhubaneswar

ନନ୍ଦିନୀଙ୍କୁ ଜୀବନ ସାଥୀ କଲେ ଯୁବମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ବର : ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଆଜି ଶୁଭପରିଣୟ ଅନୁଷ୍ଠିତ ହୋଇଯାଇଛି। ନନ୍ଦିନୀ ବେହେରାଙ୍କୁ ସେ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଆଜି କାକଟପୁରର ଦେଉଳି ମଠରେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଆଜି ତୁଷାରକାନ୍ତି ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ୟ୍ୟ ଆରମ୍ଭ ହୋଇଥିଲା ଓ ହାତ ଗଣ୍ଠି ପଡ଼ିଥିଲା। ଏହାପରେ ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି।

- Advertisement -

ଏହି ଅବସରରେ ତାଙ୍କର ପରିବାର ବର୍ଗ, ଆତ୍ମୀୟ ସ୍ବଜନ ଓ ବନ୍ଧୁବାନ୍ଧବ ସମେତ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ କରିଥିଲେ। ଏଠାରେ ସମସ୍ତ ଅତିଥିଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା। ଆସନ୍ତାକାଲି ଯୁବମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିବାହ ଭୋଜି ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଆୟୁଷ୍ମତୀ ନନ୍ଦିନୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ବିଟ୍‌ ଯୋଗେ ସୂଚନା ଦେବା ସହିତ ଫଟୋ ସେୟାର କରିଛନ୍ତି ଏବଂ ସମସ୍ତଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories