www.samajalive.in
Saturday, December 6, 2025
16.1 C
Bhubaneswar

ଭୁବନେଶ୍ବର ବିମାନବନ୍ଦରରେ ଆଜିଠାରୁ ପୁଣି ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗୁରୁବାରଠାରୁ ପୁଣି ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଂ। ବିଦେଶୀ କରୋନା ଷ୍ଟ୍ରେନର ଭୟ ବଢୁଥିବାରୁ ଓଡିଶାରେ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଓଡ଼ିଶାରେ କରୋନା ସ୍ଥିତି ସୁଧୁରୁଥିବା ବେଳେ ଏବେ ବିଦେଶୀ କରୋନା ଷ୍ଟ୍ରେନକୁ ନେଇ ଆତଙ୍କ ଦେଖାଦେଇଛି। ବିଏମସି ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଟେଷ୍ଟିଂ ପଏଣ୍ଟ ଜରିଆରେ ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଦେବ ସେମାନଙ୍କ କରୋନା ଟେଷ୍ଟ କରାଯିବା ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ସକାଳୁ ସନ୍ଧ୍ୟା ଯାଏଁ ସ୍କ୍ରିନିଂ କରାଯିବାକୁ ବ୍ୟବସ୍ଥା ହୋଇଛି। ଏଥିରେ ଗୋଟିଏ ଟିମ ନିୟୋଜିତ ହୋଇଛନ୍ତି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories