www.samajalive.in
Saturday, December 6, 2025
16.1 C
Bhubaneswar

୧୦ ବର୍ଷରେ କଟିଛି ୧୬ଲକ୍ଷ ୪୫ ହଜାର ୪୧୦ ସଂଖ୍ୟକ ଗଛ

ଭୁବନେଶ୍ବର: ଉନ୍ନୟନ ନିଗମର ତଥ୍ୟାନୁସାରେ ଓଡ଼ିଶାରେ ବିଗତ ୧୦ ବର୍ଷ ଅବଧି ଅର୍ଥାତ୍‌ ୨୦୧୦-୧୧ ଠାରୁ ୨୦୨୦-୨୧ ମଧ୍ୟରେ ରାଜ୍ୟର ବିଭିନ୍ନ ମହାନଗର, ସହରାଞ୍ଚଳ ଓ ଅନ୍ୟାନ୍ୟ ଅଞ୍ଚଳରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ ,ସେତୁ, ହୋଟେଲ, ପର୍ୟ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦିର ନିର୍ମାଣ ପ୍ରକଳ୍ପ ପାଇଁ ୧୬ଲକ୍ଷ ୪୫ ହଜାର ୪୧୦ ସଂଖ୍ୟକ ଗଛ କଟାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। କେଉଁଝର ବିଧାୟକ ମୋହନ ଚରଣ ମାଝି ଆଜି ବିଧାସଭାରେ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ କେଉଁ ମହାନଗର ସମେତ ବିଭିନ୍ନ ଜିଲାରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ, ସେତୁ, ହୋଟେଲ, ପର୍ୟ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦି କେତେ ନିର୍ମାଣ ପ୍ରକଳ୍ପ ବାବଦରେ କେତେ ଗଛ କଟାଯାଇଛି। ସେ ସମ୍ପର୍କିତ ତଥ୍ୟ ପ୍ରତି ବର୍ଷଠାରୁ ପ୍ରକଳ୍ପ ଅନୁଯାୟୀ ବିଭିନ୍ନ ସହରରେ କଟାଯାଇଥିବା ଗଛଗୁଡ଼ିକର ତଥ୍ୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ।

 

- Advertisement -

ବିଧାୟକ ମେହାନ ଚରଣ ମାଝିଙ୍କ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେ କହିଥିଲେ ଯେ ରାଜ୍ୟରେ ରାସ୍ତା, ଖଣି, ସେତୁ, ହୋଟେଲ ଓ ବନ୍ଦର ନିର୍ମାଣ ପାଇଁ ଗତ ୧୦ ବର୍ଷ ଭିତରେ ୧୬ଲକ୍ଷ ୪୫ ହଜାର ୪୧୦ ଗଛ କଟାଯାଇଛି।
୧୦ ବର୍ଷ ଅବଧି ମଧ୍ୟରୁ ଗତ ୫ ବର୍ଷ ଅବଧି ଅର୍ଥାତ୍‌ ୨୦୧୬-୧୭ ଠାରୁ ୨୦୨୦-୨୧ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲା ଓ ବନଖଣ୍ଡରେ ୧୫୫୭୫,୮୫୨ ହେକ୍ଟର ଚାରା ରୋପଣ, ୪୭୯,୩୫୦ ହେକ୍ଟର ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଏବଂ ୧,୦୩,୪୯୬ ଚାରା ପଥପାର୍ଶ୍ବରେ/ କେନାଲ କୂଳରେ ବନୀକରଣ କରାଯାଇଅଛି । ଉକ୍ତ ପ୍ରଶ୍ନରେ ଉଲ୍ଲଖିତ ଥିବା ବୟସ ଅନୁସାରେ ବୃକ୍ଷର ମୂଲ୍ୟ ଆକଳନ କରିବା ପାଇଁ ସୁପ୍ରିମ କୋର୍ଟଙ୍କ କୌଣସି ନିର୍ଦ୍ଦେଶନାମା ହସ୍ତଗତ ହୋଇନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories