www.samajalive.in
Saturday, December 6, 2025
26.1 C
Bhubaneswar

ଡରାଇଲା କରୋନା: ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ, ୨୮ ଯାଏଁ ସ୍କୁଲ କଲେଜ ବନ୍ଦ

ପୁଣେ: କରୋନାର ଭୟାବହତା ପୁଣି ବୃଦ୍ଧି ପାଉଥିବାରୁ ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ। ସୋମବାରଠାରୁ ପୁଣେରେ ରାତି ୧୧ଟାରୁ ସକାଳ ୬ଟା ଯାଏ ଜାରି ରହିବ ନାଇଟ୍‍ କର୍ଫ୍ୟୁ। କେବଳ ଅତ୍ୟାବଶ୍ୟକ ସେବା କଟକଣାରୁ ବାଦ୍‍ ପଡ଼ିବ। ଏହାସହିତ ଫେବୃୟାରୀ ୨୮ ଯାଏଁ ପୁଣେରେ ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପୁଣେ ଡିଭିଜନାଲ୍‍ କମିଶନର ସୌରଭ ରାଓ।

ଅପର ପକ୍ଷରେ, ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ସଂକ୍ରମିତ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପଞ୍ଜାବ ସହ ଜମ୍ମୁ-କଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି। ଏପଟେ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୧୪ ହଜାର ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

 

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories