www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାର ସୀମା ସୁରକ୍ଷାରେ ସରକାର ବିଫଳ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କୋଟିଆ ବିବାଦ ସଂକ୍ରାନ୍ତରେ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଞ୍ଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି। ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

- Advertisement -

ଆଜି ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର ସରକାର ଯେତେବେଳେ କୋଟିଆ ର ୨୨ଟି  ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ଫୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି  ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ସୀମାବର୍ତ୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସରକାର ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତ୍ତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ପଡୋଶୀ ରାଜ୍ୟମାନେ  ତା’ର ସୁଯୋଗ ନେଉଛନ୍ତି।  କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ, ଆମର ଭାଷା ଉପରେ ମଧ୍ୟ ଅକ୍ତିଆର ଜାହିର କରୁଛନ୍ତି ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି। ଏ ଗୁଡ଼ିକରେ ତେଲୁଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ପଡ଼ୋଶୀ ରାଜ୍ୟ ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି। ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର  କେମିତି ନିରବ ଅଛନ୍ତି ?

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories