www.samajalive.in
Monday, December 8, 2025
13.1 C
Bhubaneswar

ପୋଷାକ ସହ ଜଡିତ ଏହି ବିଶେଷ କଥା

ଖରାର ପ୍ରଭାବ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ନିଜ ପୋଷାକ ପ୍ରତି ମଧ୍ୟ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ। ଏହି ଦିନରେ ପ୍ରାୟ ସୂତା ଏବଂ ଧଳା ପୋଷାକ ପିନ୍ଧିବା ଉଚିତ। ଏହି ପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା ଆମକୁ ଆରାମ ଅନୁଭୂତ ହୋଇଥାଏ। ଖରାଦିନ ପାଇଁ ପୋଷାକ କିଣିବାକୁ ହେଲେ ଆସନ୍ତୁ କିଛି ଆବଶ୍ୟକୀୟ ଟିପ୍ସ ବିଷୟରେ ଜାଣିବା …….
ହାଲାକା ରଙ୍ଗର ପୋଷାକ –
ବହୁ ଲୋକଙ୍କର ପୋଷାକ ରଙ୍ଗ ପ୍ରତି ଭିନ୍ନ ଧାରଣା ଥାଏ। ତେଣୁ ନିଜ ପସନ୍ଦ ଅନୁଯାୟୀ ସେମାନେ ପୋଷାକ ଧାରଣ କରିଥାଆନ୍ତି। ମାତ୍ର ଖରାଦିନରେ କିଛି ରଙ୍ଗର ପୋଷାକ ପିନ୍ଧିଲେ ଅଧିକ ଗରମ ଅନୁଭୂତ ହୋଇଥାଏ। ଏହି ଦିନରେ ହାଲକା ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଧଳା, ହଳଦିଆ, ନୀଳ ଇତ୍ୟାଦି ରଙ୍ଗର ପୋଷାକ କିଣନ୍ତୁ। ଗାଢ ରଙ୍ଗର ପୋଷାକରେ ଖରାର ଉତ୍ତାପ ଅଧିକ ଅନୁଭବ ହୋଇଥାଏ। ତେଣୁ ଏହି ଦିନରେ ଗାଢ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ।
ଖରାଦିନରେ ସାଧାରଣତଃ ଫୁଲ ହାତର ଓ ଆକାରରେ ବଡ଼ ଧରଣ ପୋଷାକ ପିନ୍ଧନ୍ତୁ। ଏହାର ଦ୍ୱାରା ଶରୀରର ଖରାରର ମାତ୍ରା କମ ପଡ଼ିଥାଏ। ଶରୀରର ରଙ୍ଗ ମଧ୍ୟ କଳା ପଡ଼ିନଥାଏ।
ସୂତା ପୋଷାକ –
ଖରାଦିନରେ ସୂତା ପୋଷାକ ଆମ ଚର୍ମ ପାଇଁ ବେଶ ଲାଭଦାୟକ। ଏହା ପିନ୍ଧିବା ଦ୍ୱାରା ଆମ ଶରୀରକୁ ଆରାମ ଅନୁଭୂତ ହୋଇଥାଏ। ଏହା ଶରୀରରେ ଝାଳକୁ ଶୋଷି ନେଇଥାଏ। ଆପଣ ଖଦି କପଡ଼ାରେ ପ୍ରସ୍ତୁତ ପୋଷାକ ମଧ୍ୟ ପିନ୍ଧିପାରିବେ।
ଢିଲା ପୋଷାକ –
ଖରାଦିନରେ ଢିଲା ପୋଷାକ ପିନ୍ଧନ୍ତୁ। ଏହା ଶରୀରକୁ ଆରାମ ପ୍ରଦାନ କରିଥାଏ।

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories