www.samajalive.in
Sunday, December 7, 2025
13.1 C
Bhubaneswar

ରକ୍ତଚାପ ଓ ମଧୁମେହ ରୋଗୀ ନିଜ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ

ସମସ୍ତ ଫଳ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ମଧୁମେହ ରୋଗୀ ମାନେ ତରଭୂଜ,ଆମ୍ବ, କଦଳୀ, ଚିକୁ ଆଦି ଫଳକୁ ଖାଇବା ଉଚିତ ନୁହେଁ। ୨ ରୁ ୩ ମାସ ମଧ୍ୟରେ ଥରେ କିମ୍ବା ୨ ଥର ଏହି ଫଳକୁ ଖାଇପାରିବେ।
ପିଜୁଳି, ସେଓ, ନାଶପାତି ଭଳି ଫଳକୁ ମଧୁମେହ ରୋଗୀମାନେ ଖାଇପାରିବେ।
ଏତଦ୍‍ ବ୍ୟତୀତ ଫଳର ଜୁସକୁ ଅଧିକ ମାତ୍ରାରେ ମଧ୍ୟ ପିଇବା ଉଚିତ ନୁହେଁ।
ରକ୍ତଚାପ ଓ ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ସମୟରେ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ।
ଅଧିକ ପରିମାଣରେ ପାଣି ପିଅନ୍ତୁ।
ନିଜ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ।
ସକାଳ ସମୟରେ ଅଧିକ ପରିମାଣରେ ଜଳଖିଆ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ , ଜୁସ, ଖୀର, ସରବତ, ଦହି ଭରପୁର ମାତ୍ରାରେ ପିଅନ୍ତୁ।
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଓ ଖାଦ୍ୟ ଖାଇବା ସମୟରେ କଞ୍ଚାପିଆଜ ନିଶ୍ଚୟ ଖାଆନ୍ତୁ।
ସବୁଜ ପନିପରିବା, ଏହାସହ ତରଭୂଜ, କାକୁଡ଼ି ଆଦି ମଧ୍ୟ ଖାଆନ୍ତୁ।
ବାସି ଖାଦ୍ୟ ଖାଆନ୍ତୁ ନାହିଁ, ଆମିଷ ମଧ୍ୟ କମ ପରିମାଣରେ ଖାଆନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories