www.samajalive.in
Friday, December 12, 2025
19.1 C
Bhubaneswar

ହୋଇପାରୁନି ଟ୍ରାଫିକ ସମାଧାନ, ବଢୁଛି ଜନ ଅସନ୍ତୋଷ

ରେଙ୍ଗାଲିକେମ୍ପ: ଆଜିକାଲି ଲୋକେ ଅଧିକ ସଂଖ୍ୟାରେ ସହରାଭିମୁଖି ହେଉଛନ୍ତି ଫଳରେ ସହରରେ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସହର ରେ ପରିମଳ ବ୍ୟବସ୍ଥା ତଥା ଟ୍ରାଫିକ ବ୍ୟବସ୍ଥାରେ ବହୁତ୍ ସମସ୍ୟା ଦେଖାଦେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳୁଛି ଅତାବିରା ରେ।ରାସ୍ତା କଡ଼ରେ ଜବର ଦଖଲ ବସ୍ତି ବାସିନ୍ଦାଙ୍କ ସଂଖ୍ୟା ବଢୁଥିବା ବେଳେ ରାସ୍ତା ଗୁଡ଼ିକ ସଙ୍କୁଚିତ ହୋଇ ଲୋକଙ୍କ ଯିବା ଆସିବାରେ ବହୁବିଧ ସମସ୍ୟା ସୃଷ୍ଟି କରୁଛି। ଜାତୀୟ ରାସ୍ତାରୁ ବାହାରି ଥିବା ଶାଖା ରାସ୍ତା ଗୁଡ଼ିକ ଏହିପରି ଭାବରେ ଧୀରେ ଧିରେ ଅବରୋଧ ହୋଇ ଯାଉଛି। ଏହା ବ୍ୟତୀତ ଜାତୀୟ ରାସ୍ତାକୁ ଲାଗି ରହିଥିବା ସର୍ଭିସ୍ ରାସ୍ତା ବି ବେଳେ ବେଳେ ଟ୍ରକ୍ ହେଉ ବା ଉଠା ଦୋକାନୀ ହେଉ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳୁଛି ।ଯାହା ଫଳରେ ଟ୍ରାଫିକ ସମସ୍ୟା ବଢ଼ି ବଢ଼ି ଯାଉଛି। ଦୁଃଖର କଥା ଯେ ଅତାବିରା ରେ ଆଜି ବି ବସଷ୍ଟାଣ୍ଡ ଟିଏ ହୋଇ ପାରିନି। ବସକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଓ ସ୍କୁଲ୍ କଲେଜର ଛାତ୍ର ଛାତ୍ରୀମାନେ ସର୍ଭିସ୍ ରାସ୍ତାରେ ବା ଦୋକାନ ଗୁଡ଼ିକ ଅଗାରେ ଠିଆ ହୋଇ ରହୁଛନ୍ତି, ଏହାର ଫଳ ସ୍ୱରୂପ ଭିଡ଼ ଜମି ସେଇ ସ୍ଥାନ ମାନଙ୍କରେ ଲୋକ ଙ୍କ ଯିବା ଆସିବା ମୁସ୍କିଲ ହୋଇପଡିବା ସହ ଭିଡ଼ ରେ କଲେଜ ଛାତ୍ରୀ ତଥା ମହିଳାମାନେ ସୁରକ୍ଷିତ ମଣୁ ନାହାନ୍ତି ନିଜକୁ। ବେଳେ ବେଳେ ପଦଚାରି ମାନଙ୍କ ପାଇଁ ବି ସମସ୍ୟା ହେଉଛି ରାସ୍ତା ପାର ହେବାକୁ।

 

- Advertisement -

ଟ୍ରାଫିକ ର ବ୍ୟବସ୍ଥା ନା ଥିବାରୁ ଛକ ଜାଗା ମାନଙ୍କରେ ଅନେକ ଦୁର୍ଘଟଣା ହେଉଛି।ନିକଟ ଅତୀତରେ ଏକ ବସ୍ ରୁ ଯାତ୍ରୀ ମାନେ ଓହ୍ଲାଉ ଥିବା ବେଳେ ପଛ ପଟରୁ ଏକ ଟ୍ରକ୍ ଆସି ଧକ୍କା ଦେଉ ଦେଉ ରହିଗଲା ଓ ଅଳ୍ପକେ ବାର୍ତ୍ତିଗଳା ଲୋକଙ୍କ ଜୀବନ।ଅତାବିରା ନିର୍ବାଚନ ମଣ୍ଡଲୀରେ ଆଜିକୁ ତିନି ତିନି ଥର ନିର୍ବାଚନ ସରିଛି ଓ ଏନ୍ଏସି ହେବାର ୮ବର୍ଷ ପୁରିଲା ହେଲେ ହୋଇପାରିଲା ନାହିଁ ବସ ଷ୍ଟାଣ୍ଡ ଟିଏ ନା ହୋଇ ପାରୁଛି ଟ୍ରାଫିକ ସମସ୍ୟାର ସମାଧାନ। ରାସ୍ତା କଡ଼ରେ ଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଭାଙ୍ଗି ଯାଉଛି ତ ଆଉ କେଉଁଠି ସିସି କ୍ୟାମେରା ବି କୁଆଡେ ଚାଲି ଯାଉଛି ମତୁଆଲା ଗାଡ଼ି ଚାଳକଙ୍କ ବେଦମ୍ ଗାଡ଼ି ଚାଳନାରେ। କୋଉଠି ଡିଭାଇଡର୍ ଉପରେ ଗାଡ଼ି ଚଢ଼ୁଛି ତ ଆଉ କେଉଁଠାରେ ଦୋକାନ ଭିତରକୁ। ସକାଳ ପାହିଲେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି ଥିବା ଶୁଣି ନୀତି ଦିନିଆ କଥା ପରି ଲାଗୁଛି। ଆଉ କଣ କଣ ସବୁ ଘଟିଲେ ଏହି ଟ୍ରାଫିକର ସମାଧାନ ହେଇ ପାରିବ ତାହା ସେଇ ପ୍ରଶାସନିକ ଅଧିକାରୀ ହିଁ ଜାଣିବେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories