www.samajalive.in
Saturday, December 13, 2025
14.1 C
Bhubaneswar

ଷୋଡ଼ଶ ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର: ଷୋଡ଼ଶ ପାତାଳୀ ମହୋତ୍ସବ – ୨୦୨୧ ସକାଶେ ଗୁରୁବାର ଅପରାହ୍ଣରେ ଭବ୍ୟ କଳସ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଓ ସ୍ଥାନୀୟ ପରିବେଶ ଆଜି ଉତ୍ସବ ମୁଖରିତ ହୋଇଉଠିଥିଲା। କଳସ ଶୋଭାଯାତ୍ରାରେ ୧୫୧ ଜଣ ମହିଳା ଅଂଶଗ୍ରହଣ କରି ଯଜ୍ଞ ମଣ୍ଡପ, ନାମ ମଣ୍ଡପ ଓ ପାରାୟଣ ମଣ୍ଡପରେ ଘଟ ସ୍ଥାପନ କରିଥିଲେ।

 

- Advertisement -

ସାଂସ୍କୃତିକ ଶୋଭାଯାତ୍ରାରେ ୫୦ରୁ ଉର୍ଦ୍ଧ୍ବ ଲୋକକଳାକାର ଅଂଶ ଗ୍ରହଣ କରିଥିଲେ। କଳସ ଯାତ୍ରା ସହ ରାଧାକୃଷ୍ଣଙ୍କ ପରିକ୍ରମା ଓ ମଣ୍ଡପ ବିଜେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଡୁମୁରୀ ଗ୍ରାମର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ନଗର ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଯଥାବିଧି ଦେବ ନିମନ୍ତ୍ରଣ, କର୍ତ୍ତାକର୍ତ୍ତୀଙ୍କ ସଂକଳ୍ପ ଧାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପାତାଳୀ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ର, କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସଦସ୍ୟ ମହାଦେବ ସାହୁ, ଜାନକୀରାମ ଦେହୁରୀ, ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ଶୁକ୍ରବାର ପୂର୍ବାହ୍ନରେ ୫୬ ପ୍ରହରୀ ନାମଯଜ୍ଞ ତଥା ଭାଗବତ ସପ୍ତାହ ପାରାୟଣ ଓ ଘୃତ ଯଜ୍ଞର ଶୁଭାରମ୍ଭ ସହ ମହୋତ୍ସବ ଆରମ୍ଭ ହେବ ବୋଲି ଜଣାଯାଇଛି। ସନ୍ଧ୍ୟାରେ ଉଦଘାଟନୀ ସଭା ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories