www.samajalive.in
Saturday, December 13, 2025
17.1 C
Bhubaneswar

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳ ଘୋଷିତ, ଶାନ୍ତନୁ ଅଧିନାୟକ

କଟକ: ସିନିୟର ଦଳ ପାଇଁ ଚଳିତ ସିଜିନ୍‌ରେ ବିସିସିଆଇର ୨ୟ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଚଳିତମାସ ୨୦ରୁ ଆରମ୍ଭ ହେଉଛି। ଏହି ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ବୁଧବାର ଏକ ୨୨ ଜଣିଆ ଦଳ ଘୋଷଣା କରିଛି। ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପରି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଓସିଏର ସିନିୟର ମନୋନୟନ କମିଟି ଅଧିକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ବିଶେଷକରି ୩ ପୂର୍ବତନ ଅଧିନାୟକ ତଥା ଓଡ଼ିଶା କ୍ରିକେଟ୍‌ ଇତିହାସରେ ୩ ସଫଳ କ୍ରିକେଟର ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଏହି ଦଳରେ ସ୍ଥାନ ଦିଆ ଯାଇନାହିଁ। ଏହାସହ ବରିଷ୍ଠ ଅଲ୍‌ରାଉଣ୍ଡର ଦୀପକ ବେହେରା ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି। ଯୁବ ବ୍ୟାଟ୍‌ସମ୍ୟାନ୍ ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସିନିୟର ମନୋନୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଦଳ ଘୋଷଣା କରିଛନ୍ତି।

- Advertisement -

୨୬ ବର୍ଷ ବୟସ୍କ ଭୁବନେଶ୍ବରର ଶାନ୍ତନୁ ଅଦ୍ୟାବଧି ୭ଟି ଲିଷ୍ଟ-ଏ (ଦିନିକିଆ) ମ୍ୟାଚ୍‌ ଖେଳିଛନ୍ତି। ଏହାଛଡ଼ା ଶାନ୍ତନୁ ୨୦ଟି ରଣଜୀ ଟ୍ରଫି ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। କିଛି ଦିନ ହେଲା ଚାଲିଥିବା ଟ୍ରାଏଲ୍‌ସ ମ୍ୟାଚ୍‍ରୁ ପ୍ରଦର୍ଶନ ଭିତ୍ତିରେ ଏହି ୨୨ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ଶୁଭ୍ରାଂଶୁ ସେନାପତି ନେତୃତ୍ବ ନେବାକୁ ଅନିଚ୍ଛୁକ ଥିବାରୁ ଶାନ୍ତନୁଙ୍କୁ ଦଳର ନେତୃତ୍ୱ ଦିଆଯିବା ପାଇଁ ମନୋନୟନ କମିଟି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ବିପ୍ଳବ ଓ ଗୋବିନ୍ଦ ଆଖିଦୃଶିଆ ପ୍ରଦର୍ଶନ କରି ପାରୁନାହାନ୍ତି। ତେଣୁ ନବାଗତଙ୍କୁ ସୁଯୋଗ ଦେବାକୁ କମିଟି ବୈଠକରେ ଆଲୋଚନା ହୋଇଥିଲା ବୋଲି ପ୍ରଭଞ୍ଜନ କହିଥିଲେ। ଦଳରେ ୮ ଜଣ ନୂଆ ମୁହଁ ରହିଛନ୍ତି। ସେମାନେ ହେଲେ ରାମଚନ୍ଦ୍ର ବେହେରା, କାର୍ତ୍ତିକ ବିଶ୍ୱାଳ, ବି. ଶିବା, ହର୍ଷିତ ରାଠୋଡ଼, ସୌରଭ କାନୋଜିଆ, ବିକାଶ ରାଉତ, ଅମ୍ରିତ ଖଟୁଆ ଓ ରାକେଶ ପଟ୍ଟନାୟକ। ଏମାନେ ଓଡ଼ିଶା ସିନିୟର ଦଳରେ ପ୍ରଥମଥର ସ୍ଥାନ ପାଇଛନ୍ତି।

ଓସିଏ ତା’ର ଭିଜନ୍-୨୦୨୪ ଅନ୍ତର୍ଗତ ଭବିଷ୍ୟତ ପାଇଁ ଦଳ ଗଠନ ପାଇଁ ଯୋଜନା ରଖିଛି। ଏହି ନୀତି ଭିତ୍ତିରେ ଅଧିକ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ବିସିସିଆଇ ଟୁର୍ଣ୍ଣାମେଣ୍ଟ ଖେଳିବାର ଅଭିଜ୍ଞତା ଦେବା ପାଇଁ ମନୋନୟନ କମିଟି ଏପରି ସୁଚିନ୍ତିତ ପଦକ୍ଷେପ ନେଇଛି। ବିଜୟ ହଜାରେ ଟ୍ରଫି‌େ​‌ର ଓଡ଼ିଶା ଗ୍ରୁପ୍‌ ‘ସି’ରେ ସ୍ଥାନପାଇଛି। ଏହି ଗ୍ରୁପର ସମସ୍ତ ମ୍ୟାଚ୍‍ ବେଙ୍ଗାଲୁରୁରେ ଖେଳାଯିବ। ଆସନ୍ତା ୨୦ରେ ଓଡ଼ିଶା ପ୍ରଥମ ମ୍ୟାଚ୍‍ କେରଳ ବିପକ୍ଷରେ ଖେଳିବ। ୧୩ରେ ଓଡ଼ିଶା ଦଳ ବେଙ୍ଗାଲୁରୁ ଯାତ୍ରାକରିବ। ସେଠାରେ ଓଡ଼ିଶା ଦଳ ଜୈବ ନିରାପତ୍ତା ବଳୟରେ ହୋଟେଲରେ ରହିବ। ସେଠାରେ ଖେଳାଳିଙ୍କର ୪ ଥର କୋଭିଡ଼ ପରୀକ୍ଷା କରାଯିବ। ଏହାପରେ ଓଡ଼ିଶା ଦଳ ଅଭ୍ୟାସ କରିବାକୁ ଓହ୍ଲାଇବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories