www.samajalive.in
Friday, December 12, 2025
19.1 C
Bhubaneswar

କେନ୍ଦ୍ର ବଜେଟ ଦେଶ ପାଇଁ ଅମୃତ : ପ୍ରତାପ

ଭୁବନେଶ୍ୱର : ଚଳିତବର୍ଷର ବଜେଟ ହେଉଛି ଐତିହାସିକ ଏବଂ କ୍ରାନ୍ତିକାରୀ ବଜେଟ। ସାରା ବିଶ୍ୱକୁ କରୋନା ମହାମାରୀ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଏହି ୨୦୨୧-୨୨ ବଜେଟ ଅମୃତ କଳସ ପରି ଲୋକସଭାରେ ଉପସ୍ଥାପିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ବଜେଟରେ ଦୃଢ ଇଚ୍ଛାଶକ୍ତି, ଗଭୀର ସମ୍ବେଦନଶୀଳତା, ପ୍ରଚଣ୍ଡ ଆତ୍ମବିଶ୍ୱାସ ଏବଂ ଦୁର୍ବାର ସାହସିକତା ଏଥିରେ ପ୍ରତିଫଳନ ହୋଇଛି। ଏହା କେବଳ ଏକ ହିସାବର ଫର୍ଦ ନୁହେଁ ଏହା ରାଷ୍ଟ୍ର ନବଜାଗରଣ ସଂକଳ୍ପର ଏକ ଦଲିଲ୍‌। ବଜେଟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଭିତ୍ତିଭୂମିକୁ ସୁଦୃଢ କରିବା, ମହିଳା ସଶକ୍ତୀକରଣ, ସମାବେଶୀ ବିକାଶ ଆଦି ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇଛି।
ସେ କହିଛନ୍ତି ଯେ ୨୦୨୧-୨୨ କେନ୍ଦ୍ର ବଜେଟ ୬ଟି ସ୍ତମ୍ଭ ଉପରେ ଆଧାରିତ ହୋଇଛି। ୨୦୨୧-୨୨ ଆର୍ଥିକବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣକ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ ୯୪,୪୫୨ କୋଟି ଟଙ୍କାଠାରୁ ୧୩୭% ଅଧିକ। ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣକ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳଜୀବନ ମିଶନ ଶୁଭାରମ୍ଭ କରାଯିବ। କାର୍ଯ୍ୟକ୍ରମ ଅନୁଯାୟୀ ୨.୮୬ କୋଟି ପରିବାର ଏବଂ ସମସ୍ତ ୪୩୭୮ ସହରାଞ୍ଚଳରେ ସାର୍ବଜନୀନ ଜଳ ଯୋଗାଇ ଦିଆଯିବ। ରେଳବାଇ ପାଇଁ ରେକର୍ଡ ପରିମାଣର ୧,୧୦,୦୫୫ କୋଟି ଅର୍ଥ ବ୍ୟୟବରାଦ ହୋଇଛି। ୨୦୨୧-୨୨ ବଜେଟରେ ୫.୫୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଛି ଯାହାକି ୨୦୨୦-୨୧ ବଜେଟର ପୁଞ୍ଜି ବ୍ୟୟବରାଦ ୪.୧୨ ଲକ୍ଷ କୋଟି ଟଙ୍କା ଠାରୁ ୩୪.୫% ଅଧିକ। ଅପରେସନ ଗ୍ରିନ ଯୋଜନାରେ ଶିଘ୍ର ନଷ୍ଟ ହୋଇଯାଉଥିବା ୨୨ଟି ଉତ୍ପାଦ ସାମିଲ କରାଯିବ ଫଳରେ କୃଷି ଏବଂ ଆନୁସଙ୍ଗିକ ଉତ୍ପାଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ।
ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଷଡଙ୍ଗୀ ‘ଉତ୍କଳ ଚେୟାର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀ’ ସଭାଗୃହରେ ବିଜେପି ବୁଦ୍ଧିଜୀବୀ ସେଲ୍ ପକ୍ଷରୁ ଆୟୋଜିତ ବଜେଟ ସମ୍ପର୍କିତ ଆଲୋଚନାଚକ୍ରରେ ସାମିଲ ହୋଇ ବଜେଟର ରୂପରେଖ ଊପରେ ଆଲୋକପାତ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories