www.samajalive.in
Monday, December 8, 2025
27.1 C
Bhubaneswar

ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ : ଶଙ୍କର-୧୧ବିଜୟୀ

ଧର୍ମଗଡ : ଧର୍ମଗଡ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ନବରଙ୍ଗପୁର ଜିଲ୍ଲା ଦଣ୍ଡାମୁଣ୍ଡା ବନାମ ଶଙ୍କର -୧୧ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦଣ୍ଡାମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୫ ରନ ସଂଗ୍ରହ କରିଥିଲା। ଜବାବରେ ଶଙ୍କର-୧୧ ଏହାକୁ ଅତିକ୍ରମ କରି ବିଜୟ ଲାଭ ହାସଲ କରିଥିଲା। ଆଜିର ମ୍ୟାନ ଅଫ ଦି ମ୍ୟାଚ ଭାବେ ଶଙ୍କର-୧୧ର ବିଜୟ ଓ ମ୍ୟାନ ଅଫ ଦି ସିରିଜ ଭାବେ ବେଦପ୍ରକାଶ ବିବେଚିତ ହୋଇଥିଲେ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଯୋଗ ଦେଇଥିବାବେଳେ ଧର୍ମଗଡ ବିଧାୟକ ତଥା ଆୟୋଜକ କମିଟି ସଭାପତି ମୌସୁଧି ବାଗ ,ପୂର୍ବତନ ଏନଏସି ଅଧକ୍ଷା ସୁଶ୍ରୀ ହୀରା ବାଗ, ସାମ୍ବାଦିକ ବେହଦ୍ୟନାଥ ବେହେରା, ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ କଲ୍ୟାଣୀ ନାଏକ ପ୍ରମୂଖ ଉପସ୍ଥିତ ଥିଲେ। ରାଜେନ୍ଦ୍ର ମୁନି,ବିବେକ ରଞ୍ଜନ ମିଶ୍ର,ସ୍ୱାଧିନ ବାଗ,ଭବାନି ନାଏକ ,ସୁନିଲ ମେହେର ପ୍ରମୂଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories