www.samajalive.in
Wednesday, December 10, 2025
26.1 C
Bhubaneswar

ଖୋଲିଲା ମୁକ୍ତାକାଶ ପାଠାଗାର

ଭୁବନେଶ୍ୱର: ରାଜଧାନୀ ବୌଦ୍ଧିକ ସମାବେଶ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସ୍ୱରୂପ ଜନ ଜାଗ୍ରତ ଉଦ୍ଦେଶ୍ୟରେ ମୁକ୍ତାକାଶ ପାଠାଗାର ଆଜିଠାରୁ ଆରମ୍ଭ ହୋଇଛି। ନୃତ୍ୟାଙ୍ଗନା ସୁଶ୍ରୀ ଅଙ୍କିତାଙ୍କ ଦ୍ୱାରା ଏହି ମୁକ୍ତାକାଶ ପାଠାଗାର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗ ରାଜାଛକଠାରେ ଥିବା ଏହି ମୁକ୍ତାକାଶ ପାଠାଗାର ଦେୟମୁକ୍ତ ରହିବ ବୋଲି ଜଣାପଡ଼ିଛି।

 

- Advertisement -

ଉଦ୍‌ଘାଟନ ଉତ୍ସବରେ ରାଜଧାନୀ ବୌଦ୍ଧିକ ସମାବେଶର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀ, ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ଶେଷାଶିଷ ସାହୁ, ସମ୍ପାଦକ ରାହୁଲ କୁମାର, ମୁଖପାତ୍ର ବିଜୟ କୁମାର ଖୁଣ୍ଟିଆ କୋଷାଧ୍ୟକ୍ଷ ଶରତ କୁମାର ରାଉତ, ଆବାହାକ ଅଗ୍ନିବେଶ ସ୍ୱାଇଁ, ଅରୁପ କୁମାର ମହାପାତ୍ର, ସଞ୍ଜିବ କୁମାର ପଣ୍ଡା, ସୁବ୍ରତ କୁମାର ସିଂହ, ଋତୁରାଜ ପଟ୍ଟନାୟକ, ସୁନୀଲ କୁମାର ନାୟକ, ପ୍ରଦୋଷ ପରିଡା, ଜ୍ୟୋତିଷ ବିଦ୍ୟାଧର ଛୋଟରାୟ, ବିଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମୁକ୍ତାକାଶ ପାଠାଗାରରେ ଓଡ଼ିଶାର କୋଣ ଅଣକୋଣରେ ପ୍ରକାଶିତ ଦୈନିକ, ସାପ୍ତାହିକ ଗାଳ୍ପିକ ଓ ମାସିକ ପତ୍ରିକା ଗୁଡିକ ପ୍ରଦର୍ଶିତ ହେବ। ସମସ୍ତ ପାଠକମାନଙ୍କ ପାଇଁ ଏହା ଦେଓମୁକ୍ତ ରହିବ ବୋଲି ଉପଦେଷ୍ଟା ଶ୍ରୀ ଶତପଥୀ ଘୋଷଣା କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୁପ ସମାବେଶ ପକ୍ଷରୁ ଗରିବ ପ୍ରତିଭାବାନ ବିଦ୍ୟାର୍ଥୀଙ୍କ ପାଇଁ ଦେଓମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପଦେଷ୍ଟା ଶ୍ରୀ ଶତପଥୀ ଘୋଷଣା କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories