www.samajalive.in
Wednesday, December 10, 2025
26.1 C
Bhubaneswar

ବିପୁଳ ପରିମାଣର ମୂଲ୍ୟବାନ କାଠ ଫର୍ନିଚର ଜବତ, ଦୁଇଗାଡି ସହ ୬ ଗିରଫ 

ବୌଦ୍ଧ/ହରଭଙ୍ଗା : ବିପୁଳ ପରିମାଣରେ ମୂଲ୍ୟବାନ କାଠ ଫର୍ନିଚର ଚୋରା ଚାଲାଣ ବେଳେ ଦୁଇଟି ଗାଡି ସହ ୬ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ରେଂଜ ଅନ୍ତର୍ଗତ ବିରିଗଡ ଜଙ୍ଗଲରୁ ମୂଲ୍ୟବାନ କାଠ ଓ ଫର୍ନିଚର ଚୋରା ଚାଲାଣ କରାଯିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ବନ ସଂରକ୍ଷକ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‍ ବୁଟୁପାଲି ନିକଟରେ ଛକି ରହିଥିଲେ। ଦୁଇଗୋଟି ମିନିଟ୍ରକରେ କାଠ ଓ ଫିର୍ନିଚନ ବୋଝେଇ ହୋଇ ବୁଟୁପାଲି ଦେଇ ଚାରିଛକ ରାସ୍ତାରେ ଯିବାପରେ ବନ ବିଭାଗ କର୍ମଚାରୀମାନେ ଗାଡି ଦୁଇଟିକୁ ଅନୁସରଣ କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚାରିଛକ ବନବିଭାଗ ଚେକ୍‍ଗେଟ୍‍ ରେ ଅଟକାଇଥିଲେ। ଗାଡି ଦୁଇଟିକୁ ଯାଞ୍ଚ କରାଯିବାପରେ ଗୋଟିଏ ଗାଡିରୁ ୨ ଖଣ୍ଡ ସାଗୁଆନ ପଟା, ଅର୍ଦ୍ଧ ନିର୍ମିତ ଡ୍ରେସିଂ ଟେବୁଲ, ସୋଫା ସେଟ୍‍, ଡାଇନିଂ ଚେୟାର ଓ ଗୋଟିଏ ଖଟୁଳି ଜବତ କରାଯାଇଥିଲା। ସେହିପରି ଅନ୍ୟ ଗାଡିରୁ ଶାଗୁଆନ କାଠରେ ନିର୍ମିତ ଗୋଟିଏ ବକ୍ସ ପେଟର୍ଣ୍ଣ ଆଲନା, ଟି ପୟ, ଷ୍ଟୁଲ, ଡାଇନିଂ ଟେବୁଲ ଷ୍ଟାଣ୍ଡ ଓ ୧୨ ଟି ଡାଇନିଂ ଚେୟାର ସହିତ ଖଣ୍ଡିଏ ଶାଗୁଆନ ପଟା ଜବତ କରାଯାଇଥିଲା। ଉଭୟ ଗାଡିରୁ ଜବତ ହୋଇଥିବା କାଠ ସାମଗ୍ରୀର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହି ମାମଲାରେ ବନ ବିଭାଗ ପକ୍ଷରୁ ଉଭୟ ଗାଡିରେ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନେ ହେଲେ ବୌଦ୍ଧ ସରସରା ଗ୍ରାମର ଗଣେଶ ଦାସ(୩୦), ବିରିଗଡ ଗ୍ରାମର ଶିବ ଦେହୁରୀ(୪୫), ରେଢାଖୋଲ(କୃଷ୍ଣପାଲି)ର ମୁକେଶ ଘିବେଲା(୨୪), ବୌଦ୍ଧ ନୂଆପଡାର ବିଜୟ କୁମାର ପାତ୍ର(୨୯), ବିରିଗଡ ଗ୍ରାମର ନିଳମଣି ନାଏକ(୩୩) ଓ ନୟାଗଡ ଜିଲ୍ଲା ଜଗନ୍ନାଥପୁରର କୃଷ୍ଣ ଚନ୍ଦ୍ର ସାମଲ(୫୫)ଙ୍କୁ ଗିରଫ କରାଯାଇଛି। ଏନେଇ ବୌଦ୍ଧ ବନବିଭାଗ ପକ୍ଷରୁ ଓଆର ୩୧୧/୨୦୨୦-୨୧ ଏବଂ ଓଆର ୩୧୨/୨୦୨୦-୨୧ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ଏହି ଚଢାଉରେ ଅତିରିକ୍ତ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା, ବୌଦ୍ଧ ରେଂଜ ଅଧିକାରୀ ପ୍ରଦିପ କୁମାର ବେହେରା, ଡେପୁଟି ରେଂଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କ ସମେତ ବନବିଭାଗ ମୋବାଇଲ ଟିମ୍‍, ଏପିଆର ଫୋର୍ସଙ୍କ ସମେତ ବୌଦ୍ଧ ଓ ପୁରୁଣାକଟକ ରେଂଜର ବନବିଭାଗ କର୍ମଚାରୀମାନେ ସାମିଲଥିଲେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories