www.samajalive.in
Monday, December 8, 2025
14.1 C
Bhubaneswar

ଝାରସୁଗୁଡ଼ା ପୂର୍ବତନ ଭୂ-ଅର୍ଜନ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ

ସୁନ୍ଦରଗଡ଼ : ଝାରସୁଗୁଡ଼ାର ପୂର୍ବତନ ଭୂ-ଅର୍ଜନ ଅଧିକାରୀ ଓ ଅନ୍ୟ କେତେକ କର୍ମଚାରୀଙ୍କ ବିରୁଦ୍ଧରେ ଅଡ଼ିଟ ରିପୋର୍ଟରେ ଗୁରୁତର ଅଭିଯୋଗ ଆସିବା ସହ ଲକ୍ଷାଧିକ ଟଙ୍କାର ହେରଫେର ମାମଲା ବଢିବାରେ ଲାଗିଛି। ଝାରସୁଗୁଡ଼ା ଜିଲାପାଳ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚିତ କରିବା ସହ ଜୈନିକ ନିର୍ଦ୍ଧିଷ୍ଟ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଏ ହେରଫେର ସଂପର୍କରେ ଏତଲା ଦିଆଯାଇଥିବାର ଜଣାପଡ଼ିଛି। ଅପରପକ୍ଷରେ ତତ୍କାଳୀନ ଅଧିକାରୀ ସନ୍ତୋଷ ଅମାତଙ୍କୁ ନିଜ କାର୍ଯ୍ୟରେ ଗୁରୁତର ଅବହେଳା ପ୍ରଦର୍ଶନ, କାର୍ଯ୍ୟ ଠିକ ଭାବେ ତଦାରଖ ନ କରିବା, ଅର୍ଥ ହେରଫେରରେ ସାମିଲ ହେବା ଓ ନିୟମ ବର୍ହିଭୁତ ଆଦି ଅଭିଯୋଗ ପାଇଁ ଏକ ମାସ ମଧ୍ୟରେ ନିଜ ସପକ୍ଷରେ ଲିଖିତ ବୟାନ ଦେବା ପାଇଁ ଼ ଜିଲାପାଳ ନୋଟିସ ଜାରି କରିଥିବାର ଜଣାପଡ଼ିଛି। ବର୍ତ୍ତମାନ ଶ୍ରୀ ଅମାତ ସୁନ୍ଦରଗଡ଼ ଜିଲା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିବାରୁ ଏ ପ୍ରକାର ଅଭିଯୋଗକୁ ନେଇ ସୁନ୍ଦରଗଡ଼ ବିଜେଡ଼ିରେ ଏକ ପ୍ରକାର ଝଡ଼ ସୃଷ୍ଟି ହେବା ସହ ବିରୋଧି ମଧ୍ୟ ଏଥିରୁ ଫାଇଦା ଉଠାଇବା ପାଇଁ ସଜବାଜ ହେଉଥିବାର ଜଣାପଡ଼ିଛି।
ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ଝାରସୁଗୁଡ଼ାସ୍ଥିତ ଭୂ-ଅର୍ଜନ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହେବା ସହ ମୃତକ(ଭୂତ) ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିବାର ଅଭିଯୋଗ ହୋଇଛି। ୨କୋଟିରୁ ଉର୍ଦ୍ଧ ଟଙ୍କାର ହିସାବପତ୍ରରେ ହେରଫେର ଥିବା ଅଡ଼ିଟ ରିପୋର୍ଟ ନମ୍ବର-୨୩/୧୭-୧୮ରେ ଉଲ୍ଲେଖିତ ଥିବାର ଜଣାପଡ଼ିଛି। ଏହି ହେରଫେର ଘଟଣାରେ କଲାକାର କଂସରାଲି ନାମକ କନିଷ୍ଠ କିରାଣୀଙ୍କୁ ନିଳମ୍ବିତ କରାଯିବା ସହ ତାଙ୍କ ବିରୁଦ୍ଧରେ ଝାରସୁଗୁଡ଼ା ଥାନାରେ ଏତଲା ମଧ୍ୟ ଦିଆଯାଇଛି। ମୋଟ ୮ଜଣ ମୃତକ(ଭୂତ) ବ୍ୟକ୍ତିଙ୍କୁ ୧୪,୩୨,୭୪୭ଟଙ୍କା ପ୍ରଦାନ କରାଯାଇଥିବାର ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରଦାନ କରାଯାଇଥିବା ଟଙ୍କା କାର୍ଯ୍ୟାଳୟର ସେଲ୍ପ ଚେକରୁ ଉଠିବା ସହ କାର୍ଯ୍ୟାଳୟ କ୍ୟାସ ବୁକରେ ଉଲ୍ଲେଖ ନଥିବା ଅଡ଼ିଟ ରିପୋର୍ଟରେ ଦର୍ଶାଯାଇଛି। ଏହି କାର୍ଯ୍ୟାଳୟରୁ ଚିଠି ନମ୍ବର-୬୨୫୩/ଏଲ.ଏ, ତାରିଖ-୨୩.୦୭.୨୦୧୮ ଜରିଆରେ ନିଳମ୍ବିତ କନିଷ୍ଠ କିରାଣୀ କଂସରାଲୀଙ୍କୁ ସୂଚନା ଦିଆଯିବା ସହ ହେରଫେର ହୋଇଥିବା ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଯେଉଁ ୮ଜଣ ମୃତକ(ଭୂତ) ଲୋକଙ୍କୁ ପର୍ଯ୍ୟାୟ ଓ ବିଭିନ୍ନ ତାରିଖରେ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଇଛି ସେମାନଙ୍କ ନାମ ନୋଟିସ ୪(୧) ଓ ୬(୧)ରେ ମଧ୍ୟ ଉଲ୍ଲେଖ ନଥିବାର ଜଣାପଡ଼ିଛି। ଏପରିପ୍ରେକ୍ଷୀରେ ତତ୍କାଳୀନ ଅଧିକାରୀ ସନ୍ତୋଷ ଅମାତଙ୍କୁ ଗୁରୁତର ଅବହେଳା ପ୍ରଦର୍ଶନ, କାର୍ଯ୍ୟ ଠିକ ଭାବେ ତଦାରଖ ନ କରିବା, ଅର୍ଥ ହେରଫେରରେ ସାମିଲ ହେବା ଓ ନିୟମ ବର୍ହିଭୁତ କାର୍ଯ୍ୟ କରିବାର ଉତ୍ତର ଦେବା ପାଇଁ କୁହାଯାଇଛି। ଏପରିକି ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖାର ଏକ ଟିମ ଆସି ଅଧିକ ଖୋଳତାଡ଼ କରି ଫେରିଯାଇଛନ୍ତି। ଏ ସଂପର୍କରେ ସନ୍ତୋଷ ଅମାତଙ୍କୁ ଯୋଗାଯୋଗ କରାଯିବାରୁ ସେ ନିଳମ୍ବିତ କର୍ମଚାରୀ ତାଙ୍କ ଅଗୋଚରରେ ଚେକ ପ୍ରଦାନ କରିଥିବା କଥା କହିବା ସହ ବିଭିନ୍ନ ତାରିଖରେ ଇସୁ ହୋଇଥିବା ଚେକ ପ୍ରଦାନ ବେଳେ ସେ ଛୁଟିରେ ଥିଲେ ବୋଲି ସଫେଇ ଦେଇ ସଂପୃକ୍ତ କିରାଣୀ ଆଫିଡ଼େଭିଟ ମାଧ୍ୟମରେ ସେ(ଶ୍ରୀ ଅମାତ) ଏ କାର୍ଯ୍ୟରେ ସାମିଲ ନାହାନ୍ତି ବୋଲି ଜଣାଇଛନ୍ତି ଓ ଲକ୍ଷଧିକ ଟଙ୍କା ସେ ମଧ୍ୟ ଜମା କରିଛନ୍ତି ବୋଲି ଶ୍ରୀ ଅମାତ ସୂଚନା ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା ଆଗଉଥିବାରୁ ଏହା କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଛି। ଶ୍ରୀ ଅମାତଙ୍କ ଉପରେ ଉଠିଥିବା ଅଭିଯୋଗକୁ ନେଇ ମଧ୍ୟ ଜିଲାର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories