www.samajalive.in
Monday, December 8, 2025
14.1 C
Bhubaneswar

ମୁଖମଣ୍ଡଳ ଚିହ୍ନଟ ଯନ୍ତ୍ର ଖଞ୍ଜାଯିବ

ଟୋକିଓ : ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ଆୟୋଜିତ ହେବ। ତେବେ ଏହି କ୍ରୀଡାରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ନିମନ୍ତେ ଆୟୋଜକ କମିଟି ପକ୍ଷରୁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ମୁଖମଣ୍ଡଳ ଚିହ୍ନଟ ଯନ୍ତ୍ର ସାହାଯ୍ୟରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ କ୍ରୀଡାବିତ୍‍ ଓ କର୍ମକର୍ତ୍ତାଙ୍କ ପରିଚୟକୁ ଯାଞ୍ଚ କରାଯିବ। ଏଥିପାଇଁ ଆୟୋଜନ କମିଟି ପକ୍ଷରୁ ଜାପାନର ଏକ ଖ୍ୟାତନାମା ଟେଲିକମ୍ୟୁନିକେସନ କମ୍ପାନୀ ଏନଇସି ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମଙ୍ଗଳବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଯନ୍ତ୍ର ପ୍ରଦର୍ଶିତ ହେବାସହିତ ଏହାର କାର୍ଯ୍ୟପ୍ରଣାଳୀକୁ ଉପସ୍ଥାପନ କରାଯାଇଥିଲା। ୨୦୨୦ ଜାନୁଆରୀ ସୁଦ୍ଧା ନିଜର ଫଟୋ ଦାଖଲ କରିବାକୁ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରୁଥିବା ପ୍ରାୟ ୩ ଲକ୍ଷ କ୍ରୀଡାବିତ୍‍ ଓ କର୍ମକର୍ତ୍ତାଙ୍କୁ ନିର୍ଦେଶ ଦିଆଯିବ। ଫଳରେ ଏହି ଫଟୋ ଓ ସେମାନଙ୍କର ନିର୍ଦିଷ୍ଟ ସୂଚନାକୁ ଆଧାର କରି ଡାଟାବେସ୍‍ ପ୍ରସ୍ତୁତ କରାଯିବ। ଏହି କ୍ରୀଡାବିତ୍‍ ଓ କର୍ମକର୍ତ୍ତାମାନେ ଷ୍ଟାଡିୟମକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ଥର ଏହି ଯନ୍ତ୍ର ଜରିଆରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ଟୋକିଓ ଅଲିମ୍ପିକ୍‍ସର ମୁଖ୍ୟ ନିରାପତ୍ତା ଅଧିକାରୀ ସୁୟୋସି ଇୱାସିତା ଜଣାଇଛନ୍ତି।
ଅଲିମ୍ପିକ କ୍ରୀଡା ଚାଲିଥିବାବେଳେ ଦର୍ଶକଙ୍କ ଭିଡ ଯୋଗୁଁ କ୍ରୀଡାବିତ୍‍ଙ୍କ ପରିଚୟ ଯାଞ୍ଚ କରିବା କଷ୍ଟକର ହୋଇପଡିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏଭଳି ମୁଖମଣ୍ଡଳ ଚିହ୍ନଟ ଯନ୍ତ୍ରର ସହାୟତା ନିଆଯାଉଛି। ତେବେ ଦର୍ଶକଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ଆୟୋଜନ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଷ୍ଟାଡିୟମକୁ ପ୍ରବେଶ ପୂର୍ବରୁ କ୍ରୀଡାବିତ୍‍ଙ୍କୁ ନିରାପତ୍ତା ଯାଞ୍ଚ ପାଇଁ ଅଧିକ ସମୟ ଦେବାକୁ ପଡୁଥିଲା। ନୂତନ ବ୍ୟବସ୍ଥାରେ ଏଥିପାଇଁ କମ ସମୟ ଲାଗିବ ବୋଲି ଜଣାପଡିଛି। ୪୦ଟି କ୍ରୀଡାସ୍ଥଳ ସମେତ ଅଲିମ୍ପିକ କ୍ରୀଡାଗ୍ରାମ, ଆନ୍ତର୍ଜାତିକ ପ୍ରସାରଣ କେନ୍ଦ୍ରରେ ଏହି ଯନ୍ତ୍ର ଖଞ୍ଜାଯିବ। କ୍ରୀଡାବିତ୍‍ ଓ କର୍ମକର୍ତ୍ତାଙ୍କ ବ୍ୟତୀତ ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories