www.samajalive.in
Wednesday, December 10, 2025
16.1 C
Bhubaneswar

ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିଛି

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସାଧାରଣତନ୍ତ୍ର ଦିବସ ତଥା ଜାନୁଆରୀ ୨୬ରୁ ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି। ଏହି ମେଳାରେ ରାଜ୍ୟର ୬୨ ବର୍ଗର ଜନଜାତିଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ବାସ୍ତବ ଚିତ୍ରକୁ ଆକର୍ଷଣୀୟ ଭାବରେ ପ୍ରତିଫଳିତ କରାଯାଇଛି। ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କଳା, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀକୁ ରାଜଧାନୀବାସୀ ଦେଖିବା ଓ କିଣିବା ପାଇଁ ଏହି ମେଳା ଜରିଆରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଏଥିରେ ସମୁଦାୟ ୯୦ଟି ଷ୍ଟଲ ବା ମଣ୍ଡପ ଖୋଲିଥିବା ବେଳେ ଏ ସବୁରେ ଜନଜାତି ବର୍ଗର ଜୀବନଶୈଳୀ, କଳାକୁଶଳତା ଓ ଜୀବିକା ନିର୍ବାହ ପ୍ରଣାଳୀ ସମ୍ପର୍କରେ ଦର୍ଶକମାନେ ବହୁ ତଥ୍ୟ ଜାଣି ପାରୁଛନ୍ତି। ବର୍ତ୍ତମାନ ଜନଜାତି ବର୍ଗଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହର ଅଞ୍ଚଳରେ ଏହି ସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ବର୍ଷକର ବ୍ୟବଧାନ ପରେ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ବିରଳ ସୁଯୋଗ ଆଣି ଦେଇଛି।

 

- Advertisement -

ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍ ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ। ଗ୍ରାହକମାନଙ୍କର ଭିଡ଼ ଯୋଗୁଁ କିଛି ସମୟ ଚଳଚଂଚଳ ହୋଇ ଉଠୁଛି ମେଳା ପରିସରର ବିଭିନ୍ନ ମଣ୍ଡପ। ଚଳିତ ବର୍ଷର ଆଦିବାସୀ ମେଳାର ଏକ ବଡ଼ ବିଶେଷତ୍ୱ ହେଉଛି, ରାଜ୍ୟର ପୁରପଲ୍ଲୀରେ ପରିବ୍ୟାପ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ। ବିଭିନ୍ନ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହାୟତାରେ ସେମାନେ ମେଳା ପରିସରକୁ ଆସି ବେପାର ବାଣିଜ୍ୟର ପସରା ମେଲାଇ ଦେଇଛନ୍ତି। ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟସଶ୍ୟ ଯଥା- ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡୁ ଆଦି କିଣିବା ପାଇଁ।
ଆଜି ଛୁଟିଦିନ ଥିବାରୁ ଅପରାହ୍ନରେ ଦର୍ଶକଙ୍କ ବିଶେଷ ଗହଳି ଦେଖିବାକୁ ମିଳିଥିଲା। ଗୃହିଣୀମାନେ ଆଉ ଯାହା କିଣନ୍ତୁ ବା ନ କିଣନ୍ତୁ, କିନ୍ତୁ ହାତରେ ଗୋଟିଏ ଫୁଲଝାଡୁ କିମ୍ବା ହଳଦୀଗୁଣ୍ଡ ଓ କେନ୍ଦୁଝର ବଡ଼ି ପ୍ୟାକେଟ୍ ଧରି ଫେରୁଥିବାର ନିଆରା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories