www.samajalive.in
Thursday, December 11, 2025
14.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲରେ କାୟାକଳ୍ପ ଟିମ୍‌; ୱାର୍ଡ ବୁଲିଲେ, ରେକର୍ଡ ଦେଖିଲେ

ଭୁବନେଶ୍ୱର: ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ନଥିଲା ପାର୍କିଂ। କେବଳ ଏହି କେନ୍ଦ୍ର ନୁହେଁ ପ୍ରଶାସନିକ କୋଠା, ଏମ୍‌ସିଏଚ୍‌ ବିଲ୍ଡିଂ କଡ଼ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ହସ୍ପିଟାଲ ପରିସରରୁ ଆରମ୍ଭ କରି ବିଭିନ୍ନ ଓପିଡି ସହିତ ଏମ୍‌ସିଏଚ୍‌ ବିଲ୍ଡିଂ ପର୍ଯ୍ୟନ୍ତ ସବୁଠି ଥିଲା ସଫାସୁତୁରା। ବିଭିନ୍ନ ସ୍ଥାନରେ ଫୁଲ କୁଣ୍ଡ ସହିତ ଅତ୍ୟାଧୁନିକ ଡଷ୍ଟବିନ୍‌ ରଖାଯାଇଥିଲା। ଏହା କୌଣସି ପାର୍କର ପରିବେଶଠାରୁ ମଧ୍ୟ କମ୍‌ ନଥିଲା। କାୟାକଳ୍ପ ପ୍ରଥମ ପୁରସ୍କାର ପାଇଁ ଏଭଳି ପଦକ୍ଷେପ ନେଇଥିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ଶୁକ୍ରବାର ହସ୍ପିଟାଲ ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ୍‌। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତିନିଜଣିଆ ଡାକ୍ତରୀ ପ୍ରତିନିଧି ଦଳ ହସ୍ପିଟାଲ ତଦାରଖ କରିଥିଲେ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୮ ଘଣ୍ଟା ଧରି ହସ୍ପିଟାଲର ବିଭିନ୍ନ ୱାର୍ଡ, ଓପିଡି ବୁଲିବା ସହିତ ଅପରାହ୍ଣରେ ଏ ସଂକ୍ରାନ୍ତରେ ରିପୋର୍ଟ ଦେଖିଥିଲେ। ଯାଞ୍ଚ ସମ୍ପର୍କରେ ସମସ୍ତ ତଥ୍ୟ ସେମାନେ ସରକାରଙ୍କୁ ଜଣାଇବେ ଏବଂ ଏହି ରିପୋର୍ଟ ଆଧାରରେ ପୁରସ୍କୃତ କରାଯିବ।

ଆଶୁଚିକିତ୍ସା କେନ୍ଦ୍ରରୁ ଆରମ୍ଭ କରି ଶିଶୁ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ ବିଭାଗ ସହିତ ବିଭିନ୍ନ ୱାର୍ଡ ଓ ଓପିଡି ପରିଦର୍ଶନ ସହିତ ସଫେଇ ଉପରେ ଟିମ୍‌ ଗୁରୁତ୍ବ ଦେଇଥିଲା। ଯଦିଓ ପରିସର ସଫାସୁତୁରା ଥିଲା ତେବେ କିଛି ସଫେଇ କର୍ମଚାରୀଙ୍କୁ ସଫାସୁତୁରା ବିଷୟରେ ପ୍ରଶ୍ନ କରିଥିଲେ। ଶେଷରେ ହସ୍ପିଟାଲର ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ। ଏହି ଟିମ୍‌ରେ ଡା. ଅଞ୍ଜନା ପଣ୍ଡା, ଡା. ବାଳକୃଷ୍ଣ ପଣ୍ଡା ରହିଥିଲେ। ପୂର୍ବରୁ ଏକ ଟିମ୍‌ ହସ୍ପିଟାଲ ପରିଦର୍ଶନ କରି ପ୍ରି-ଅାସେସ୍‌ମେଣ୍ଟ କରିଥିଲେ। ସୂଚନା ଅନୁସାରେ ଗତ ୨୦୧୭ରେ କ୍ୟାପିଟାଲ ହସ୍ପିଟାଲ କାୟାକଳ୍ପ​‌େ​‌ର ପ୍ରଥମ ପୁରସ୍କାର ହାତେଇ ଥିଲା। ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories