ମୁଖୀଗୁଡା: କଳାହାଣ୍ଡି ଜିଲ୍ଲାଜୟପାଟଣା ବ୍ଲକ ଅନ୍ତର୍ଗତ ବଡପୁଝାରିଗୁଡା ପଞ୍ଚାୟତ ସବିଗୁଡା ଗ୍ରାମର ସୁରେନ୍ଦ୍ର ରାଉତ(୨୬) ୪ଜଣ ଙ୍କ ସହ କୁଳିଆମୁଡ଼ା ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିବା ଘଟଣାରେ ଜୟପାଟଣା ପୁଲିସ ସବିଗୁଡା ଗ୍ରାମର ଶିଶିର ରାଉତ(୧୯),ଯୁବରାଜ ପୁଝାରି(୨୦),ମଇତ ପୁଝାରି(୩୫)ଏବଂ ସୁପାଡ଼ ଗ୍ରାମର ଭୁରଲୀ ରାଉତ( ୩୫) କୁ ଗିରଫ କରି ଜୟପାଟଣା ଯେ ଏମ୍ଏଫସି କୋର୍ଟ ଚାଲାଣ କରିଛି ।
ଜୟପାଟଣା ପୁଲିସରୁ ମିଳିଥିବା ସୂଚନା ମତେ ଗତ ୨ତାରିଖ ଦିନ ୧୦ଟା ରେ ସବିଗୁଡା ଗ୍ରାମ ର ସୁରେନ୍ଦ୍ର ରାଉତ(୨୬) ନିଜ ଗ୍ରାମର ଶିଶିର ରାଉତ, ଯୁବରାଜ ପୁଝାରି, ମଇତ ପୁଝାରି ଏବଂ ସୁପାଡ଼ ଗ୍ରାମ ର ଭୁରଲୀ ରାଉତ ସହ କୁଳିଆମୁଡ଼ା ଜଙ୍ଗଲ କୁ ଜଙ୍ଗଲୀ କୁକୁଡ଼ା ଶିକାର କରିବା କୁ ଯାଇଫେରୁ ଥିବା ବେଳେ ମଇତ ଝୁଣ୍ଟି ପଡିବାରୁ ସେ ଧରି ଥିବା ବେଆଇନ ଦେଶୀ ବନ୍ଧୁକ ଫୁଟି ଗୁଳି ସୁରେନ୍ଦ୍ରର ମୁଣ୍ଡରେ ବାଜିବା ଫଳରେ ସୁରେନ୍ଦ୍ର ର ମୃତ୍ୟୁ ହୋଇଥିଲା। ଆଜି ସନ୍ଧ୍ୟାରେ ଜୟପାଟଣା ପୋଲିସ ୪ଜଣଙ୍କୁ ଗିରଫ କରି ଜୟପାଟଣା ଜେଏମ୍ଏଫସି କୋର୍ଟ ଚାଲାଣ କରିଛି।



