www.samajalive.in
Saturday, December 6, 2025
16.1 C
Bhubaneswar

ଅଧିକ ଲୁଣ ଖାଉଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଯାଏ

ଯେକୌଣସି ଖାଦ୍ୟକୁ ଅଧିକ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା, ରକ୍ତଚାପ ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ କାରଣରୁ ସୃଷ୍ଟି ହେଉଥିବା ଏଭଳି କିଛି ଲକ୍ଷଣ ଓ ସଙ୍କେତ ବିଷୟରେ ଜାଣନ୍ତୁ , ଯାହା ଅଧିକ ଲୁଣ ଖାଇବା ଦ୍ୱାରା ହୋଇଥାଏ………
ମୁଣ୍ଡ ବିନ୍ଧା ଲାଗି ରହିବା –
ଅଧିକ ଲୁଣ ଖାଉଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଯାଏ। ଏହି ଯନ୍ତ୍ରଣା ସର୍ବଦା ଲାଗି ରହିଥାଏ। ମସ୍ତିଷ୍କ ଉପରେ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଏ। କାର୍ୟ୍ୟ କରିବାକୁ ଆଗ୍ରହ ଆସିନଥାଏ। ଅଳ୍ପ କାର୍ୟ୍ୟ କଲେ ମଧ୍ୟ ହାଲିଆ ଅନୁଭବ ହୋଇଥାଏ।
ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ ଦାଗ ହେବା, ଫୁଲିବା ଭଳି ସମସ୍ୟା ଦେଖାଯାଏ। ଯାହା ଶରୀରରେ ଅଧିକ ଦିନ ରହିଲେ ବିଭିନ୍ନ ରୋଗ ସୃଷ୍ଟି କରେ। ବିଶେଷ କରି ଏହି ଦାଗ, ଆଣ୍ଠୁ , ଚକ୍ଷୁ ନିକଟରେ, ଆଙ୍ଗୁଠି ଆଦି ସ୍ଥାନରେ ଦେଖାଯାଏ।
ଅଧିକ ଶୋଷ ଲାଗିବା –
ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଅଧିକ ଶୋଷ ଲାଗିଥାଏ। ବଦହଜମି ଓ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ। ଖାଦ୍ୟ ଖାଇବାକୁ ଆଗ୍ରହ କମିଯାଏ। ହାତ, ଆଣ୍ଠୁଗଣ୍ଠି ବ୍ୟଥା, ଚିଡ଼ଚିଡ଼ା ଭାବ ଆଦି ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories