www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା : ରାଉରକେଲାର ବିଶ୍ରା ମହିପାଣି ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରେଳଧାରଣାରେ ହାତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି। ମହିପାଣି ଲେବେଲ କ୍ରସିଂ ଠାରୁ ପ୍ରାୟ ୧୦୦ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି।
ସୂଚନା ଯୋଗ୍ୟ, ଗତକାଲି ରାତି ୧ଟା୩୦ରେ ବିଶ୍ରା ଥାନା ଅନ୍ତର୍ଗତ ମହିପାଣି ନିକଟରେ ମାଲଗାଡ଼ି ଧକ୍କାରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ୧୨ରୁ ଅଧିକ ସଂଖ୍ୟାରେ ଥିବା ହାତୀପଲ ଲେବେଲ କ୍ରସିଂ ଅତିକ୍ରମ କରୁଥିଲେ। ତେବେ ଏହି ଘଟଣା ନେଇ ରେଳବାଇ ଓ ବନ ବିଭାଗ ପରସ୍ପରର ଦୋଷାରୋପ କରୁଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ବନ ବିଭାଗ କହୁଛି ରେଳବାଇର ସମ୍ପୃକ୍ତ ଅଞ୍ଚଳର ଅଧିକାରୀ ଟ୍ରେନ ଚାଳକଙ୍କୁ ଗତି କମ କରିବାକୁ ନିର୍ଦେଶ ଦେଇ ନଥିଲେ। କେଵଳ ସେତିକି ନୁହେଁ, ହାତୀ କରିଡର ଓ ହାତୀଙ୍କ ଚଳପ୍ରଚଳ ସମୟ ବାବଦରେ ବନ ବିଭାଗ ଲିଖିତ ଭାବେ ଜଣାଇଛି। ହେଲେ ରେଳବାଇ ଏହାକୁ ଅସ୍ବୀକାର କରିଛି। ଏବେ ମହିପାଣି ଓ ଭାଲୁଲତା ମଧ୍ୟରେ ଟ୍ରେନର ଗତି କେତେ ଥିଲା ତାହା ତଦନ୍ତ ଚାଲିଛି। ଏଭଳି ବିବାଦୀୟ ସ୍ଥିତିରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ବଳବତ୍ତର ରହିଥିବା ଜଣାପଡିଛି। ସହସ୍ରାଧିକ ଲୋକ ଘଟଣାସ୍ଥଳ ନିକଟରେ ରୁଣ୍ଡ ହୋଇ ବନ ବିଭାଗ ବିରୋଧରେ ପାଟିତୁଣ୍ଡ କରୁଛନ୍ତି ବୋଲି ଜଣାପଡ଼ିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories