www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ : ଦ୍ବାଦଶ ଶ୍ରେଣୀ ପାଇଁ ୨ ସିଟିଂ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ମଙ୍ଗଳବାର ପ୍ରକାଶ ପାଇଛି। ଉଭୟ ଶ୍ରେଣୀର ପରୀକ୍ଷା ମେ’ ୪ ରୁ ଆରମ୍ଭ ହୋଇ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସୂଚୀ ଘୋଷଣା ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ପରୀକ୍ଷା ସୂଚାରୁ ରୂପେ ପରିଚାଳନା କରାଯାଇ ଶେଷ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। କୋଭିଡ଼ କଟକଣା ଭିତରେ ପରୀକ୍ଷା ପରିଚାଳନା କରାଯାଇଥିବାରୁ ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ; କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ଗୋଟିଏ ସିଟିଂରେ କରାଯିବ। ଦଶମ ପରୀକ୍ଷା ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ ହୋଇ ସାଢେ ୧ଟାରେ ସରିବ। ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ସିଟିଂ ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧ଟା ଏବଂ ଦ୍ବିତୀୟ ସିଟିଂ ଅପରାହ୍ଣ ୨.୩୦ ମିନିଟରୁ ଆରମ୍ଭ ହୋଇ ୫.୩୦ ମିନିଟରେ ସରିବ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ଦିନ ଓଡ଼ିଆ ଭାଷା ପରୀକ୍ଷା ଦେବେ। ମେ ୬ରେ ଇଂରାଜୀ, ୧୦ରେ ହିନ୍ଦୀ କୋର୍ସ-ଏ ଓ ବି, ୧୧ରେ ଉର୍ଦୁ, ବଙ୍ଗଳା, ତାମିଲ ଓ ପାର୍ସୀ, ୧୨ରେ ପଞ୍ଜାବୀ, ୧୩ରେ ମାଲାୟଲୀ, ପ୍ରେଞ୍ଚ, ଋଷିଆନ୍ ଏବଂ ଉର୍ଦୁ କୋର୍‌-ବି, ୧୫ରେ ସାଇନ୍ସ ଥିଓରୀ ଓ ପ୍ରାକ୍ଟିକାଲ, ୧୭ରେ ଚିତ୍ରାଙ୍କନ, ୧୮ରେ ମ୍ୟୁଜିକ୍, ୨୦ରେ ହୋମ୍ ସାଇନ୍ସ, ୨୧ରେ ଗଣିତ, ୨୨ରେ ବାଣିଜ୍ୟ, ୨୫ରେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଭାଷା, ୨୭ରେ ସାମାଜିକ ବିଜ୍ଞାନ, ୨୯ରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ୩୧ରେ ଧନ୍ଦାମୂଳକ ଶିକ୍ଷା, ଜୁନ୍ ୨ରେ ସଂସ୍କୃତ, ୭ରେ କମ୍ପ୍ୟୁଟର ବିଷୟ ରହିଛି। ଛାତ୍ରଛାତ୍ରୀଙ୍କୁ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ। ସାଢେ ୧୦ଟାରୁ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିବେ ବିଦ୍ୟାର୍ଥୀ। ସେହିପରି ଦ୍ବାଦଶ ଶ୍ରେଣୀ ପ୍ରଥମ ଦିନ ପରୀକ୍ଷା ଇଂରାଜୀ ଭାଷା ରହିଛି। ୫ରେ ମ୍ୟୁଜିକ୍, ୬ରେ ଧନ୍ଦାମୂଳକ ଶିକ୍ଷା, ୮ରେ ଶାରୀରିକ ଶିକ୍ଷା, ୧୦ରେ ଇଞ୍ଜିନିୟରିଂ ଗ୍ରାଫିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଗଣମାଧ୍ୟମ ଓ ସଟ୍‌ହାଣ୍ଡ ବିଷୟ ରହିଛି। ୧୧ରେ କମ୍ପ୍ୟୁଟର ଓ ପ୍ରେଞ୍ଚ ଷ୍ଟଡି, ୧୨ରେ ବାଣିଜ୍ୟ, ୧୩ରେ ପଦାର୍ଥ ବିଜ୍ଞାନ, ୧୫ରେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଭାଷା, ୧୭ରେ ଆକାଉଣ୍ଟାଣ୍ଟ୍‌, ୧୮ରେ ରସାୟନ ବିଜ୍ଞାନ, ୧୯ରେ ରାଜନୀତି ବିଜ୍ଞାନ, ୨୦ରେ ଲେଗାଲ୍‌ ଷ୍ଟଡିସ୍‌ ଓ ଉର୍ଦୁ କୋର୍ସ, ୨୧ରେ ଇଲେକ୍ଟିଭ୍ ପେପର, ୨୨ରେ ଆର୍ଟ, ୨୪ରେ ଜୀବ ବିଜ୍ଞାନ, ୨୫ରେ ଅର୍ଥନୀତି, ୨୭ରେ ଉଦ୍ୟାନ ଓ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଆଦି ବିଷୟ ରହିଛି। ୨୮ରେ ସମାଜ ବିଜ୍ଞାନ, ୨୯ରେ କମ୍ପ୍ୟୁଟର ସାଇନ୍ସ ଓ ପ୍ରଯୁକ୍ତି ବିଦ୍ୟା, ୩୧ରେ ହିନ୍ଦୀ ଇଲେକ୍ଟିଭ୍ ଓ ହିନ୍ଦୀକୋର, ଜୁନ୍ ୧ରେ ଗଣିତ, ୨ରେ ଭୂଗୋଳ, ୩ରେ ୱେବ ଆପ୍ଲିକେସନ, ୪ରେ ଆଞ୍ଚଳିକ ଭାଷା, ୫ରେ ହୋମ ସାଇନ୍ସ, ୮ରେ ଏନ୍‌ସିସି, ୯ରେ ଯୋଗ ଶିକ୍ଷା, ୧୦ରେ ଇତିହାସ ଏବଂ ୧୧ରେ କୃଷି ଓ ବାଓଟେକ୍ନୋଲୋଜି ଆଦି ବିଷୟବସ୍ତୁ ରହିଛି। ୧୫ ମିନିଟ ପୂର୍ବରୁ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ସାଢେ ୧୦ଟାରୁ ପରୀକ୍ଷାର୍ଥୀ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିବେ। ତେବେ ପରୀକ୍ଷା ହଲ୍‌ରେ ସାମାଜିକ ଦୂରତ୍ବ ରକ୍ଷା କରିବା ଲକ୍ଷ୍ୟ କରି ଦୁଇଟି ସିଟିଂରେ ପରୀକ୍ଷା କରାଯିବ।
ସୂଚନାଯୋଗ୍ୟ, ସିବିଏସ୍‌ଇ ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ବୋର୍ଡ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ। ସାଧାରଣତଃ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀରେ ଓ ଲିଖିତ ପରୀକ୍ଷା ମାର୍ଚ୍ଚ ମାସରେ ହୋଇଥାଏ; କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories