www.samajalive.in
Monday, December 8, 2025
24.1 C
Bhubaneswar

ଉଦଘାଟିତ ହେଲା କ୍ଷୁଦ୍ର ପ୍ରଦର୍ଶନୀ 

ବୌଦ୍ଧ : ବୌଦ୍ଧ ଜିଲାକୁ ୨୬ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜିଲା ପ୍ରତିବର୍ଷ ସ୍ୱନକ୍ଷତ୍ର ଦିବସରେ ଜିଲାସ୍ତରୀୟ ପ୍ରଦର୍ଶନୀ ପାଳନ କରିଆସୁଅଛି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଜିଲା ମହୋତ୍ସବ ହୋଇ ନ ଥିବା ବେଳେ କିନ୍ତୁ ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ କଚେରୀ କୋଠାକୁ ଶହେ ବର୍ଷ ପୁରିଯାଇଥିବା ବେଳେ ଏହି କୋଠା ଗତ ଜାନୁୟାରୀ ୨ ତାରିଖ ଅର୍ଥାତ ଜିଲା ସ୍ୱନକ୍ଷତ୍ର ଦିବସରେ ଜିଲାର ସଂଗ୍ରହାଳୟର ମାନ୍ୟତା ପାଇଛି। ଏହି ସଂଗ୍ରହାଳୟ ପରିସରରେ ଜିଲାର ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, କିର୍ତ୍ତିରାଜୀ ଓ ବିକାଶର ଝଲକ ଦେଖିବାକୁ ମିଳୁଛି। ଜିଲା ମହୋତ୍ସବ ପାଳନ ହୋଇନଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଜାର ଯୋଗାଇଦେବାକୁ ଓରମାସ ପକ୍ଷରୁ ସୋମବାର ଦିନ ସଂଗ୍ରହାଳୟ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହି କ୍ଷୁଦ୍ର ପ୍ରଦର୍ଶନୀକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଉଦଘାଟିନ କରିଥିଲେ। କରେନା କଟକଣା ଯୋଗୁଁ ପ୍ରଦର୍ଶନୀକୁ ବଡ କରାନଯାଇ ସ୍ଥାନୀୟ ସ୍ୱୟଂସହାୟକ ମହିଳା ଦଳ ଗୁଡିକର ହାତ ତିଆରି ସାମଗ୍ରୀର ଝଲକ ଏଥିରେ ଦେଖିବାକୁ ମିଳିଛି।

ଏହି ପ୍ରଦର୍ଶନୀ ଦୀର୍ଘ ସାତ ଦିନ ଧରି ଚାଲିବ। ଉଦଘାଟନ ସମୟରେ ଉପଜିଲାପାଳ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ପିଡି ବବିତାରାଣୀ ଦଳବେହେରା, ସଂସ୍କୃତି ଅଧିକାରୀ ଶିଶିର ସାହୁ, ଡେପୂଟି କଲେକ୍ଟର ଅବିନାଶ ପାଣ୍ଡିଆ, ଡେପୁଟି କଲେକଟର ସ୍ମିତା ରଥ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories