www.samajalive.in
Sunday, December 14, 2025
14.1 C
Bhubaneswar

କୃଷି ଆନ୍ଦୋଳନରେ ଯୋଗ ନ ଦେଲେ ୫ ହଜାର ଜରିମାନା

ହରିୟାଣା ଏବଂ ଉତ୍ତର ପ୍ରଦେଶର ଖାପ ପଞ୍ଚାୟତ ଭଳି ପଞ୍ଜାବର ପଞ୍ଚାୟତଗୁଡ଼ିକ କୃଷି ଆନ୍ଦୋଳନକୁ ତୀବ୍ର କରିବା ଲାଗି ଏକଜୁଟ ହୋଇପଡ଼ିଛନ୍ତି। ଭଟିଣ୍ଡାର ଅନେକ ପଞ୍ଚାୟତ ପକ୍ଷରୁ ଆନ୍ଦୋଳନ ସମର୍ଥନରେ ପ୍ରସ୍ତାବ ପାରିତ କରାଯିବା ସହିତ ପ୍ରତି ଘରୁ ଜଣେ ଲେଖାଏ ବ୍ୟକ୍ତି ଏଥିରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ଘରୁ କୌଣସି ବ୍ୟକ୍ତି ଆନ୍ଦୋଳନରେ ସାମିଲ ନ ହେବେ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ। ଜରିମାନା ନ ଦେଲେ ସାମାଜିକ ବାସନ୍ଦ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି।

ଫରୀଦକୋଟ ଜିଲାର ପକ୍‌ଖୀ କଲାଙ୍ଗ ଏବଂ ଡୋଡ୍‌ ପଞ୍ଚାୟତରେ ଏହିପରି ପ୍ରସ୍ତାବ ପାରିତ କରାଯାଇ ଗ୍ରାମବାସୀଙ୍କୁ ପର୍ଯ୍ୟାୟକ୍ରମେ କୃଷକ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି। ପକ୍‌କୀ କଲାଙ୍ଗ ପଞ୍ଚାୟତ ପକ୍ଷରୁ ପାରିତ ପ୍ରସ୍ତାବରେ କୁହାଯାଇଛି ଯେ, ଗାଁରୁ ପ୍ରତି ସପ୍ତାହରେ ୧୮ ଜଣ ଲୋକ ଦିଲ୍ଲୀ ଯିବେ ଏବଂ ଯେଉଁମାନେ ଦିଲ୍ଲୀ ନ ଯିବେ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା କରାଯିବ। ଜରିମାନା ନ ଦେଲେ ସାମାଜିକ ବାସନ୍ଦ କରାଯିବ।

- Advertisement -

ସେହିପରି ଡୋଡ୍‌ ପଞ୍ଚାୟତ ପକ୍ଷରୁ ମଧ୍ୟ ପ୍ରତି ୫ ଦିନରେ ଗୋଟିଏ ଗାଁରୁ ୧୫ ଜଣ ଲେଖାଏ ଆନ୍ଦୋଳନରେ ସାମିଲ ହେବ। ଏଠାରେ ଯେଉଁମାନେ ଆଦେଶ ନ ମାନିବେ ସେମାନଙ୍କୁ ୧୫୦୦ ଟଙ୍କା ଜରିମାନା କରାଯିବ। ଜରିମାନା ନ ଦେଲେ ସାମାଜିକ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀ ସୀମାରେ ଦୁଇ ମାସରୁ ଅଧିକ ସମୟ ଧରି ଆନ୍ଦୋଳନ ଚଳାଇଛନ୍ତି। ସରକାରଙ୍କ ସହିତ କୃଷକ ସଂଗଠନ ପ୍ରତିନିଧିମାନଙ୍କର ଏକାଧିକ ଥର ଆଲୋଚନା ହୋଇସାରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories