www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତରେ ଜୁନ ସୁଦ୍ଧା ଆଉ ଏକ ଟିକା

ନୂଆଦିଲ୍ଲୀ : କୋଭାକ୍ସିନ୍‌ ଓ କୋଭିସିଲ୍ଡ ପରେ ଭାରତରେ ଆଉ ଏକ ଟିକା ବାହାରିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା। ଶନିବାର ସେ କହିଛନ୍ତି ଯେ ଆସନ୍ତା ଜୁନ୍‌ ସୁଦ୍ଧା ତାଙ୍କ କମ୍ପାନୀ ଦ୍ବିତୀୟ କରୋନା ଟିକା ବାହାର କରିବାକୁ ଯାଉଛି। ସରକାରଙ୍କ ଅନୁମୋଦନ ମିଳିଲେ ଏହା ଭାରତର ତୃତୀୟ କରୋନା ଟିକା ହେବ। ସେ କହିଛନ୍ତି ଯେ ‘ନୋଭାଭାକ୍ସ ସହ ହୋଇଥିବା ସହଭାଗିତା ଚୁକ୍ତି ଉତ୍ତମ ଫଳ ପ୍ରଦାନ କରିଛି। ଭାରତରେ ଏହାର ପରୀକ୍ଷା ପାଇଁ ଆବେଦନ କରାଯାଇଛି। ସବୁକିଛି ଠିକ୍‌ ଚାଲିଲେ ଜୁନ୍‌ ସୁଦ୍ଧା ଏହା ବ୍ୟବହାର ଲାଗି ଉପଲବ୍ଧ‌ ହେବ।’
ଅପରପକ୍ଷରେ ଦେଶବ୍ୟାପୀ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଶନିବାର ସୁଦ୍ଧା ୩୫ ଲକ୍ଷ ୨୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ମୋଟ୬୨ ହଜାର ୯୩୯ଟି ସେସନରେ ଏହି ଟିକା ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ମାତ୍ର ୨୧୩ ଜଣଙ୍କଠାରେ ଟିକା ନେବା ପରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି; କିନ୍ତୁ ସେମାନେ ବିପଦ ମୁକ୍ତ ଅଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ଟିକାକରଣ ଅଭିଯାନରେ ଭାରତକୁ ସର୍ବାଧିକ ସଫଳତା ମିଳିଛି। ଏହା ଆରମ୍ଭ ହେବାର ମାତ୍ର ୧୩ ଦିନ ମଧ୍ୟରେ ୩୦ଲକ୍ଷରୁ ଅଧିକଙ୍କୁ ଟିକା ଦିଆଯାଇ ସାରିଲାଣି। ଏହି ସଂଖ୍ୟକ ଟିକା ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାକୁ ୧୮ ଦିନ, ଇସ୍ରାଏଲ୍‌କୁ ୩୩ ଦିନ ଓ ବ୍ରିଟେନ୍‌କୁ ୩୬ ଦିନ ଲାଗିଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଭାରତରେ ଦିନିକିଆ ଟିକାଦାନ କାର୍ଯ୍ୟକ୍ରମ ମଧ୍ୟ ସର୍ବାଧିକ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories