www.samajalive.in
Tuesday, December 9, 2025
16.1 C
Bhubaneswar

ଏକତରଫା ପ୍ରେମର କରୁଣ ପରିଣତି : ଶିକ୍ଷୟିତ୍ରୀଙ୍କ ବେକ କାଟି ଯୁବକର ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼ : ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ା ଫାଣ୍ଡି ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଜଣେ ଶିକ୍ଷୟିତ୍ରୀଙ୍କ ବେକ କାଟିଲା ପରେ ଯୁବକ ଜଣଙ୍କ ନିଜର ବେକକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଘଟଣାପଛରେ ଏକ ତରଫା ପ୍ରେମ ରହିଥିବା ନେଇ ପୁଲିସ ସନ୍ଦେହ କରୁଛି।
ଶିକ୍ଷୟିତ୍ରୀ ଲିଲିମା ବେହେରା ସ୍କୁଲରୁ ଅପରାହ୍ଣ ୫ଟା ବେଳେ ଭଡ଼ାଘରକୁ ଫେରୁଥିବା ବେଳେ ସୁକାନ୍ତ ବେହେରା ନାମକ ଯୁବକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଶିକ୍ଷୟିତ୍ରୀଙ୍କ ବେକରେ ଆଘାତ ଲାଗିଛି। ଘଟଣା ସ୍ଥଳରେ ଥିବା କିଛି ଲୋକେ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ନୟାଗଡ଼ ଚିକିତ୍ସାଳୟକୁ ଆଣିଥିଲେ। ପରେ ସୁକାନ୍ତ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିବା ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ କହିଛନ୍ତି। ତାଙ୍କୁ ମଧ୍ୟ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରାୟ ୮ଟା ୩୦ ସୟମରେ ଶିକ୍ଷୟିତ୍ରୀଙ୍କୁ ଅବସ୍ଥା ଗୁରୁତର ଥିବାରୁ ସେମାନକୁ ପ୍ରାଥମିକି ଚିକିତ୍ସା କରାଯାଇ ଏମ୍ସ ଭୁବନେଶ୍ୱର ହସ୍ପିଟାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗୋଡ଼ିପଡ଼ା ଫାଣ୍ଡିର ପୁଲିସ ଜିଲ୍ଲା ଚିକିତ୍ସାଳୟକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଚିକିତ୍ସାଳୟ ପରିସରରେ ଥିବା ପୁଲିସ୍ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଏ ବାବଦରେ ଆମ୍ଭେମାନେ ତଦନ୍ତ ଜାରି ରଖୁଛୁ। ଠିକ୍ ଖବର ଜଣା ପଡ଼ିନାହିଁ। ଶିକ୍ଷୟିତ୍ରୀଙ୍କ ବେକ କାଟିଥିବା ଯୁବକର ଘର କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ ତାହା ସୁକାନ୍ତଙ୍କୁ ପଚରା ଉଚୁରା ପରେ ଜଣାପଡ଼ିବ। ଶିକ୍ଷୟିତ୍ରୀ ଗୋଡ଼ିପଡ଼ାରେ ୮ ବର୍ଷ ଧରି ଘର ଭଡ଼ାରେ ରହି ଆସୁଛନ୍ତି। ତାଙ୍କ ନିଜ ଘର ପୁରୀ ଜିଲ୍ଳା ସାତପଡ଼ା। ସେ ଦୁଇଟି ସନ୍ତାନର ଜନନୀ। ତାଙ୍କ ସ୍ବାମୀ ଓ ପିଲାମାନେ ବାହାରେ ରହୁଛନ୍ତି। ଅଭିଯୁକ୍ତ ଯୁବକ ମଧ୍ୟ ବିବାହିତ ବୋଲି ଜଣାପଡ଼ିଛି। ଏନେଇ ଉଭୟଙ୍କ ପରିବାରକୁ ଖବର ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories