www.samajalive.in
Monday, December 8, 2025
24.1 C
Bhubaneswar

ଜି.ଉଦୟଗିରିର ୪ ପ୍ରମୁଖ ଉଚ୍ଚ ବିଦ୍ୟାଳୟର ସର୍ବୋଚ୍ଚ ମାର୍କଧାରୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ଜି.ଉଦୟଗିରି: ଜି.ଉଦୟଗିରିର ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ସହରର ୪ଟି ପ୍ରମୁଖ ଉଚ୍ଚ ବିଦ୍ୟାଳୟର ଗତ ୨୦୧୯-୨୦ର ଦଶମ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଜାନୁଆରୀ ୨୬ ତାରିଖରେ ପ୍ରଦାନ କରିଛନ୍ତି।ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟର ଆୟୁଷ୍ମାନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହେନାଚାନ୍ଦ ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅର୍ଚ୍ଚନା ସାହୁ ଏବଂ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଦୀପ୍ତିରାଣୀ ସାହୁଙ୍କୁ ଶ୍ରୀ ସାହୁ ପ୍ରୋତ୍ସାହନ ରାଶି ବାବଦରେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। କୋଭିଡ୍ କଟକଣା ଥିବାରୁ ଗତ ଅଗଷ୍ଟ ୧୫ ତାରିଖରେ ଦେଇପାରି ନଥିବାରୁ ଏଥର ଗଣତନ୍ତ୍ର ଦିବସରେ ପ୍ରୋତ୍ସାହନ ରାଶି ଦେଇଥିବା ବେଳେ ଆଗାମୀ ବର୍ଷଠାରୁ ଉକ୍ତ ପ୍ରୋତ୍ସାହନ ରାଶି ସ୍ବାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ହିଁ ପ୍ରଦାନ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories