www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ସଂସଦର ବଜେଟ୍ ଅଧିବେଶନ ସୁରୁଖୁରୁରେ ସମ୍ପାଦିତ ହେବା ନେଇ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦୀ ଅଧିବେଶନରେ ସରକାରଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ବୈଠକରେ ମୋଦୀ କହିଥିଲେ ଯେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଓ ଏହି ସଂପର୍କିତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହିଁ ହେବ, ମାତ୍ର ଦେଶର ସ୍ବାର୍ଥ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ।

- Advertisement -

ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଯାହା କହିଥିଲେ ତାହା ଦୋହରାଇବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଆମେ ସଂପୂର୍ଣ୍ଣ ସହମତିରେ ପହଞ୍ଚି ନାହୁଁ । କିନ୍ତୁ ଆମେ କୃଷକଙ୍କୁ ପ୍ରସ୍ତାବ ଦେଉଛୁ ଏବଂ ଆପଣମାନେ ଏ ସଂପର୍କରେ ନିଜ ଭିତରେ ଆଲୋଚନା କରନ୍ତୁ। ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ କହିଥିଲେ ଯେ, ମୁଁ କେବଳ ମାତ୍ର ଗୋଟିଏ ଫୋନକଲ୍ ଦୂରରେ ରହିଛି ।

ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ବିନାୟକ ରାଉତ ଓ ଅକାଳୀ ଦଳର ବଲୱିନ୍ଦର ସିଂହ ଭୁନ୍ଦେର ବିସ୍ତୃତ ଭାବେ ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।

 

 

 

 

 

 

 

 

 

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories