www.samajalive.in
Thursday, December 11, 2025
13.1 C
Bhubaneswar

ଓଡ଼ିଶାକୁ ମିଳିଲା ୩୨୦.୯୪ କୋଟିର ବନ୍ୟା ସହାୟତା

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ୨୦୨୦ ଋତୁରେ ବନ୍ୟା ଓ ଭୂସ୍କଳନ ଏବଂ ୨୦୧୯-୨୦ ରବି ଋତୁରେ କୁଆପଥର ମାଡ଼ରେ ଫସଲ ନଷ୍ଟ କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟକୁ ଜାତୀୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୭୫୧.୦୫ କୋଟି ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା, ଆସାମ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟ ଲାଗି ଅତିରିକ୍ତ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିଲା।

ବନ୍ୟା ଓ ଭୂସ୍କଳନରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ୩୨୦.୯୪ କୋଟି, ଆସାମକୁ ୪୩୭.୧୫ କୋଟି, ଅରୁଣାଚଳ ପ୍ରଦେଶକୁ ୭୫.୮୬ କୋଟି, ତେଲେଙ୍ଗାନାକୁ ୨୪୫.୯୬ କୋଟି ଓ ଉତ୍ତରପ୍ରଦେଶକୁ ୩୮୬.୦୬ କୋଟି ଏବଂ କୁଆପଥର ମାଡ଼ରେ ଫସଲ କ୍ଷତିଗ୍ରସ୍ତ ଯୋଗୁଁ ଉତ୍ତରପ୍ରଦେଶକୁ ୨୮୫.୦୮ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories